କାରାରକ୍ଷୀଙ୍କ ଆମରଣ ଅନଶନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିଖିଳ ଓଡିଶା ଜଲେ କର୍ମଚାରୀ ସଙ୍ଘର ଡାକରାରେ ୫ଦଫା ଦାବି ନେଇ କାରାରକ୍ଷୀମାନେ କେନ୍ଦ୍ରାପଡା ଉପକାରାଗାର ସମ୍ମୁଖରେ ଆମରଣ ଅନଶନରେ ବସି ରହିଥିବା ଦେଖିବାକୁ ମିଳିଛି । କାରାରକ୍ଷୀମାନେ ଗତ ଚଳିତମାସ ୩ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଆଜି ଠାରୁ ଆମରଣ ଅନଶନ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି । ଯଦି ଅନଶନ ସମୟରେ କୈଣସି କର୍ମଚାରୀ ଅସୁସ୍ତ ହୁଅନ୍ତି କିମ୍ବା ମୃତ୍ୟୁ ବରଣ କରନ୍ତି ସେଥିପାଇଁ କାରାଗାର ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ସେମାନେ ଯେଉଁ ଦାବି ଗୁଡିକ ନେଇ ଅନଶନରେ ବସିରହିଛନ୍ତି ସେଗୁଡିକ ହେଉଛି କାରାରକ୍ଷୀ ମାନଙ୍କ ଗ୍ରେଡ ପେ ୧୯ଶହ ଟଙ୍କାରୁ ୨ହଜାର ଓ ମୁଖ୍ୟ କାରାରକ୍ଷୀମାନଙ୍କ ଗ୍ରେଡ ପେ ୨ହଜାର ଟଙ୍କାରୁ ୨୪ଶହ ଟଙ୍କାକୁ ବୃଦ୍ଧି, ପୁରୁଣା ପଦୋନ୍ନତି ନିୟମ ୨୦୧୨କୁ ଲାଗୁ କରାଯିବା, ଉପଖଣ୍ଡ ସ୍ତରକୁ ବଦଳି ନିୟମର କୋହଳ, ଖାଦ୍ୟ ଭତ୍ତା ୪ଶହ ଟଙ୍କାରୁ ୧୪ଶହ ଟଙ୍କାକୁ ବୃଦ୍ଧି ଏବଂ ୧୩ ମାସିଆ ସରମା ବୃଦ୍ଧି ଇତ୍ୟାଦି ଦାବି ରହିଛି । କେନ୍ଦ୍ରାପଡା ଶାଖା ସଙ୍ଘର ସଭାପତି ଗୋପିନାଥ ବେହେରା, ଉପ ସଭାପତି ସନ୍ତୋଶ କୁମାର ରାୟ, କୋଷାଧ୍ୟକ୍ଷ ଏସ. ସୋରେନ, ପ୍ରଦୀପ କୁମାର ପଣ୍ଡା, କୈଳାସ ଚନ୍ଦ୍ର ସେଠୀ, ବିଦ୍ୟାଧର ନାୟକ, ବିକାଶ କୁମାର ଜେନା, ଶୁଭଲକ୍ଷ୍ମି ବେହେରା, ମାନସି ପ୍ରଭା ରାୟ, ମଥ ମାରାଣ୍ଡି ପ୍ରମୁଖ ଅନଶନରେ ବସିରହିଥିବା ଦେଖାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ବର୍ତ୍ତମାନ କେନ୍ଦ୍ରାପଡା ଉପକାରାଗାରରେ ୨୪୬ଜଣ ବିଚାରାଧୀନ ବନ୍ଦୀ ଥିବା ବେଳେ ୧୭ଟି ମଞ୍ଜୁରିପ୍ରାପ୍ତ କାରାରକ୍ଷୀଙ୍କ ମଧ୍ୟରୁ ୧୫ଜଣ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ପ୍ରଶିକ୍ଷଣ ପାଇଁ ଯାଇଥିବା ବେଳେ ୨ଜଣ ମହିଳା କାରାରକ୍ଷୀଙ୍କ ସମେତ ୧୨ଜଣ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ସଙ୍ଘ ପକ୍ଷରୁ ୬ମାସ ପୂର୍ବରୁ ଦାବି ପୁରଣ ପାଇଁ ଜେଲ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯାଇଥିଲେବି ଦାବି ପୁରଣ ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ କାରାରକ୍ଷୀମାନେ ବାଧ୍ୟ ହୋଇ ନିଜର ଦାୟୀତ୍ୱ ନିର୍ବାହ କରିବା ସହିତ ଉପାସରେ ଅନଶନରେ ବସିରହିଛନ୍ତି । ସରକାର ସେମାନଙ୍କ ଦାବି ପୁରଣ ନିମନ୍ତେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି ।