କାର୍ଗିଲ୍ ବିଜୟ ଦିବସରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି କାର୍ଗିଲ୍ ବିଜୟ ଦିବସ ଅବସରରେ ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ଗ୍ରାମପଞ୍ଚାୟତର ଦଶ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ପଞ୍ଚାୟତ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି I ଆଜି ବେଲଗୁଣ୍ଠା ପଞ୍ଚାୟତ ସମିତିର ଆହ୍ୱାନ କ୍ରମେ ସମସ୍ତ ପଞ୍ଚାୟତ ଏବଂ ଶିକ୍ଷାନୁଷ୍ଠାନରେ ସବୁଜ ସଂକଳ୍ପ ଅଭିଯାନରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଖଇରପୁଟି ଗ୍ରାମପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସତ୍ୟବାନ ସ୍ୱାଇଁଙ୍କ ଅଧ୍ୟକ୍ଷତା ଏବଂ ସଂଯୋଜକ ଶିଶିର କୁମାର ସ୍ଵାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ସମିତି ସଭ୍ୟା ଶାନ୍ତି ବେହେରାଙ୍କ ସମେତ ବିଶିଷ୍ଟ ଅତିଥି ଭାବେ ସମଗ୍ର ପଂଚାୟତର ଅବସରପ୍ରାପ୍ତ ସେନା କର୍ମଚାରୀ ଗଣପତି ବିଷୋୟୀ, ପୁରୁଷୋତ୍ତମ ଗୁରୁ, ଦିବାକର ଜେନା, ହରି ସ୍ୱାଇଁ, ଧନୁର୍ଦ୍ଧର ଭୂୟାଁ, ଗୌରଚନ୍ଦ୍ର ଭୂୟାଁ, ବିଜୟ କୁମାର ସ୍ୱାଇଁ, ବିପ୍ଲବ ବେହେରା, ଚିନ୍ତାମଣି ସ୍ୱାଇଁ, ବିଜୟ କୁମାର ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମର ଆରମ୍ଭରେ କାର୍ଗିଲ୍ ଯୁଦ୍ଧରେ ସହୀଦ୍ ହୋଇଥିବା ଯବାନ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ ସବୁଜ ପତାକା ଉତ୍ତୋଳନ ହୋଇଥିଲା I ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସମେତ ଜିଲ୍ଲାପରିଷଦ ସଭ୍ୟ ସୁଧୀର ଜେନା, ସରପଞ୍ଚ ସତ୍ୟବାନ ସ୍ୱାଇଁ,ସମିତିସଭ୍ୟା ଶାନ୍ତି ବେହେରା, ସମାଜସେବୀ ବିନୋଦ ବେହେରା,ସଂଯୋଜକ ଶିଶିର କୁମାର ସ୍ଵାଇଁଙ୍କୁ ଉପଢୌକନ ଓ ପୁଷ୍ପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ପରବର୍ତ୍ତୀ ପର୍ଯ୍ୟାୟରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରାଯିବା ସହିତ ଅବସରପ୍ରାପ୍ତ ସେନା କର୍ମଚାରୀମାନେ ସୈନିକ ଜୀବନର ଅନୂଭୁତି ବର୍ଣ୍ଣନା କରିଥିଲେ I କାର୍ଯ୍ୟକ୍ରମକୁ ଜିଆରଏସ୍ ରବୀନ୍ଦ୍ର ପାଣିଗ୍ରାହୀ, ଯୋଗାଣସହାୟକ ରାଜେଶ୍ ସ୍ଵାଇଁ ପରିଚାଳନା କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଜ୍ଞାପନ କରିଥିଲେ I ଏହାପରେ ଅତିଥିମାନେ ପଞ୍ଚାୟତର ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଉପସ୍ଥିତ ରହି ସବୁଜ ସଂକଳ୍ପ ପତାକା ଉତ୍ତୋଳନ କରିବା ସହିତ ବୃକ୍ଷରୋପଣ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I କାର୍ଯ୍ୟକ୍ରମରେ ରଞ୍ଜନ ସ୍ୱାଇଁ, ଶିଶିର ବିଷୋୟୀ, ଅଧୀର ଜେନା, ରଞ୍ଜନ ଜେନା, ପ୍ରଦୀପ କୁମାର ରଣା, ଯୋଗେନ୍ଦ୍ର ବିଷୋୟୀ, ସନ୍ତୋଷ କୁମାର ସେଠୀ ପ୍ରମୁଖ ସହଯୋଗ କରିଥିଲେ I


