କାର୍ଗିଲ୍ ବିଜୟ ଦିବସରେ ଧରିତ୍ରୀ ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଚାରା ରୋପଣ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି କାର୍ଗିଲ୍ ବିଜୟ ଦିବସ ଅବସରରେ ବେଲଗୁଣ୍ଠା ଧରିତ୍ରୀ ପରିବାର ପକ୍ଷରୁ ବେଲଗୁଣ୍ଠା ବ୍ଳକ୍ ପ୍ରତାପଲକ୍ଷ୍ମଣ ପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଇଛି I ବେଲଗୁଣ୍ଠା ଧରିତ୍ରୀ ବ୍ଳକ୍ ପ୍ରତିନିଧି କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ,ଗାଙ୍ଗପୁର ବନପାଳ ଜୀବାନନ୍ଦ ତ୍ରୀପାଠି,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଗୋବରା ସମିତିସଭ୍ୟ ବିଭୂପାଦ ଜେନା, ରେଷ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିୟ, ଶିଶୁ ସାହିତ୍ୟିକ ଅଭିମନ୍ୟୁ ଦଳାଇ,ବଡ଼ବୋର୍ସିଂ ସରପଞ୍ଚ ରାମେଶ୍ଵର ପାତ୍ର, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥି ନେଟେଙ୍ଗା ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼, ଆସିକା ଚିନି ଶିଳ୍ପ ସଭାପତି ରବୀନ୍ଦ୍ର ପଣ୍ଡା,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ରୋଶନ୍ ସାବତ,ଶିକ୍ଷୟିତ୍ରୀ ହରପ୍ରିୟା ବେହେରା, ରଶ୍ମିତା ସ୍ୱାଇଁ,ଶିକ୍ଷକ ସଦାଶିବ ପ୍ରଧାନ,କର୍ମଚାରୀ ଅରବିନ୍ଦ ଶତପଥୀ,ଯୁବ ସାହିତ୍ୟିକ ଶିଶିର କୁମାର ସ୍ୱାଇଁ, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର,ସମାଜସେବୀ,ବାଲ୍ୟ ସ୍ଵାଇଁ, ବୁଲୁ ଲେଙ୍କା, ମାଆ ବୁଢା କେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ, ଉପସଭାପତି ନିଲୁ ପାତ୍ର, ସାଧାରଣ ସମ୍ପାଦକ ବସନ୍ତ ବିଷୋୟୀ, କୋଷାଧ୍ୟକ୍ଷ ଟୁକୁନା ବିଷୋୟୀ,ସଭ୍ୟ ଯୋଗେନ୍ଦ୍ର ସେଠୀ, ବଣ୍ଟି ଗୌଡ଼, ଅମର ବେହେରା, ଜଗନ୍ନାଥ ନାୟକ, ପଞ୍ଚାନନ ସାହୁ ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଚାରାରୋପଣ ସମ୍ପର୍କରେ ସଚେତନ କରାଯିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ଅନୁଷ୍ଠାନ ପରିସରରେ ରୋପଣ କରାଯାଇଥିବା ଚାରା ଗୁଡିକର ଜତ୍ନ ନେବା ପାଇଁ ଉତ୍ସାହିତ କରାଯାଇଥିଲା I