କାର୍ଗିଲ ବିଜୟ ଦିବସ ପାଳନ ଶୋଭାଯାତ୍ରା ଓ ଆୟୁର୍ବେଦ ଚାରା ରୋପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କାରଗିଲ ବିଜୟ ଦିବସ ଭୁବନେଶ୍ୱର କାର୍ଗିଲ ରୋଡ଼୍‌ରେ ପାଳନ ହୋଇଯାଇଛି । ଏହି ଉପଲକ୍ଷେ କାର୍ଗିଲ ଯୁଦ୍ଧରେ ସହୀଦ ହୋଇଥିବା ବୀର ସହିଦଙ୍କ ଶ୍ରଦ୍ଧାଞ୍ଜଳି ଅପକ୍ଷ୍ଣଚ୍ଚ କରାଯିବା ସହ ସହିଦମାନଙ୍କୁ ସ୍ମୃତିରେ ଆୟୁର୍ବେଦ ଚାରା ରୋପଣ କରାଯାଇଛି । ସାହାଯ୍ୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ସରୋଜ କୁମାର ସାହୁ । ଏଥିରେ ଯୋଗଦେଇ ଲିଙ୍ଗରାଜ ସାହୁ କହିଥିଲେ ଯେ, ଆମ ଦେଶରେ ପାଳିତ ହେଉଥିବା ଜାତୀୟ ପର୍ବ ମାନଙ୍କ ପରି କାରଗିଲ ଭିଜୟ ଦିବସ ପ୍ରତ୍ୟେକ ଭାରତୀୟ ପାଳନ କରନ୍ତି । କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଅମର ଯବାନଙ୍କ ସମ୍ମ।।ର୍ଥେ ଓ ବିଜୟ ଦିବସର ଇତିହାସକୁ ମନେରଖିବା ପାଇଁ ଦେଶର କୋଣ ଅନୁକୋଣର ଭାରତୀୟ ଏହି ଦିନକୁ ସ୍ମରଣ କରନ୍ତି । ଏହି ଉପଲକ୍ଷେ ସହିଦଙ୍କୁ ସ୍ମରଣ କରି ଜଳ ସଂରକ୍ଷଣ ଓ ପରିବେଶ ପାଇଁ ସଚେତନତା ଆମ କର୍ତବ୍ୟ । ଏହି ଉପଲକ୍ଷେ ଶୋଭାଯାତ୍ରା କରାଯାଇଥିଲା । ଏଥି ସହ ସହୀଦମାନଙ୍କ ସ୍ମରଣରେ କାର୍ଗିଲ ରୋଡ଼୍ ଖେଳପଡ଼ିଆରେ ଆୟୁର୍ବେଦ ଚାରା ରୋପଣ କରାଯାଇଥିଲା । ଏଥିରେ ସ୍ୱାମୀ ମୁକ୍ତାନନ୍ଦ ଜୀ, ମହର୍ଷି ନଚିକେତା, ପ୍ରମୋଦ କୁମାର ଦାସ, ସାନୁ ସେଠ୍ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ