କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ମନାକଲେ ସାରା

୨୦୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ “କେଦାରନାଥ’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ତଥା ସୈଫ୍ ତନୟା ସାରା ଅଲ୍ଲୀ ଖାନ୍ । ସୁନ୍ଦର ଅଭିନୟ ଓ ଭିନ୍ନ ଅନ୍ଦାଜ ମାଧ୍ୟମରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିଣି ପାରିଛନ୍ତି ସାରା । ବର୍ତ୍ତମାନ ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚାରେ । ନିକଟରେ ତାଙ୍କୁ କାର୍ତ୍ତିକଙ୍କ ସହ ଏକ ଫିଲ୍ମରେ କାମ କରିବାର ଅଫର ମିଳିଥିଲା । ମାତ୍ର ସାରା ଏଥିରେ କାମ କରିବାକୁ ମନା କରିଦେଇଛନ୍ତି । ପ୍ରକୃତ କଥା ହେଲା, କାର୍ତ୍ତିକଙ୍କୁ ଖୁବ୍ଶୀଘ୍ର ଭୂଷଣ କୁମାରଙ୍କ ଫିଲ୍ମ “ଭୁଲ ଭୁଲୈୟା-୨’ରେ ଦେଖିବାକୁ ମିଳିବ । ଫିଲ୍ମର ପ୍ରଥମ ଲୁକ୍ ମଧ୍ୟ ଇତିମଧ୍ୟରେ ସମ୍ମୁଖକୁ ଆସିସାରିଛି । ତେବେ ଫିଲ୍ମର ପ୍ରମୁଖ ମହିଳା ଚରିତ୍ର ପାଇଁ ଅଭିନେତ୍ରୀ ଖୋଜା ·ଲିଛି । ସାରାଙ୍କୁ ଏଥିପାଇଁ ଅଫର ମିଳିଥିଲା । ମାତ୍ର ସମୟ ଅଭାବରୁ ସେ ଏଥିରେ କାମ କରିବାକୁ ମନା କରିଦେଇଛନ୍ତି । ସାରାଙ୍କ ପୂର୍ବରୁ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏହି ସୁଯୋଗ ମିଳିଥିଲା । ସେ ମଧ୍ୟ ଏହାକୁ ହାତଛଡ଼ା କରିଛନ୍ତି ।
ଦେଇଛନ୍ତି । ସୂଚନା ଅନୁଯାୟୀ, ରାକ୍ଷୀ ଏବେ ରାନୁ
ମଣ୍ଡଳଙ୍କ ପ୍ରଶଂସା କରି ତାଙ୍କୁ ଏକ ଗୀତର ଅଫର୍ ଦେଇଛନ୍ତି । ସେ ଚାହୁଁଛନ୍ତି ରାନୁ ତାଙ୍କ ନୂଆ ଗୀତ “ଛପନଛୁରୀ’ର ରିମିକ୍ସ ଗାଆନ୍ତୁ । ରାନୁ ମଣ୍ଡଲଙ୍କ ପ୍ରତିଭାକୁ ଚିହ୍ନି ତାଙ୍କୁ ବଲିଉଡରେ ଗାଇବାର ସୁଯାଗ ଦେଇଥିବା ହିମେଶ ରେଶମିୟାଙ୍କୁ ସେ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ