କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଛେନାପଦି ତାରିଣୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଆଜି ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଛେନାପଦି ତାରିଣୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଆଜି ପୁର୍ଣ୍ଣିମା ଅବସରରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଓ ମନ୍ଦିରର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଥିଲା । ଭୋର ୪ଟା ବେଳେ ମନ୍ଦିରର ମଙ୍ଗଳ ଆଳତୀ ଓ ମାଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚି ମାଙ୍କ ଦର୍ଶନ କରିବା ସହିତ ମନ୍ଦିର ପରିସରରେ ଥିବା ବିଶେଶ୍ୱର ମହାଦେବ ମନ୍ଦିର, ଶନିମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଦେବଦର୍ଶନ କରିଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ସ୍ୱତନ୍ତ୍ର ଫଳଭୋଗର ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ମନ୍ଦିରରେ ଭଜନ କିର୍ତ୍ତନ କରାଯାଇଥିବାବେଳେ ୫ଟା ୩୯ମିନିଟ ସମରେ ପହଡ ପଡିବା ସହିତ ମନ୍ଦିର ବନ୍ଦ ହୋଇଥିଲା ।


