କାର୍ତ୍ତିକ ପୂର୍ଣ୍ଣିମାରେ ଶିବଗଙ୍ଗାରେ ଭାସିଲାନି ଡଙ୍ଗା

ଆରଡି,(ୱାଇଏନଏସ): ଓଡିଶା ତଥା ଭଦ୍ରକ ଜିଲ୍ଲାର ଅନନ୍ୟ ଶୈବପୀଠ ଆରଡିରେ ଥିବା ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ପାରିନାହାଁନ୍ତି । ପୀଠରେ ଭିଡର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଓ ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲେ । ସେବାୟତ ମାନେ ଭୋର ୪ଟାରେ ମଙ୍ଗଳ ଆଳତି କରିସାରିବା ପରେ ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରିଥିଲେ । ପରେ ଅନ୍ୟାନ୍ୟ ନୀତିକାନ୍ତି ସମାପନ କରାଯାଇଥିଲା । ଅପରାହ୍ଣ ୪ଟାରେ ପ୍ରଭୁଙ୍କୁ ପାରମ୍ପରିକ ରୀତିରେ ହରଗୌରୀ ବେଶରେ ସଜ୍ଜିତ କରାଯିବ ବୋଲି ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପୀଠ ଆରଡି ପୋଲିସ ସଜାଗ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ