କାର୍ତ୍ତିକ ମାହାତ୍ମ୍ୟ : ହବିଷ

କାର୍ତ୍ତିକ ଏକ ଧର୍ମମାସ । ପ୍ରତ୍ୟେକ ବର୍ଷର କାର୍ତ୍ତିକ ମାସର ପୂର୍ଣ୍ଣମୀ ତିଥି କୃତ୍ତିକା ନକ୍ଷତ୍ରରେ ପଡ଼ୁଥିବା ହେତୁ, ଏହି ମାସର ନାମ କାର୍ତ୍ତିକ ହୋଇଅଛି । ଏହି ମାସର ନାନାବିଧ ପର୍ବ-ପର୍ବାଣୀ ଏବଂ ଓଷାବ୍ରତ ମ୍ମରୁ କାର୍ତ୍ତକବ୍ରତ ବା ହବିଷ ଅନ୍ୟତମ । ଯେଉଁମାନେ ଏହି ହବିଷ କରନ୍ତି, ସେମାନଙ୍କୁ ହବିଷ୍ୟାଳୀ କୁହନ୍ତି । ମାଣବସା, ଖୁଦୁରୀକୁଣୀ, ତଅପୋଇ ଓ ବୁଧେଇ ଓଷାପରି ଅନେକ ବ୍ରତ ନାରୀ ପ୍ରମୁଖ । ଏହା ସେହିପରି ନାରୀ ପ୍ରମୁଖ ହେଲେ ବିଧବାମାନଙ୍କର ପ୍ରବଣତା ଅଧିକ । ଏ ବ୍ରତ ପୁରୁଷମାନେ କରିପାରିବେ । ମହାଲକ୍ଷ୍ମୀ ପୁରାଣରେ ଲେଖାଅଛି : ସଧବାନାରୀର ପତିବିନା ନାହିଁ ଅନ୍ୟଗତି । ତପ, ଜପ, ଦେବ ପୂଜା ତାହାର ଅନୀତି । କିନ୍ତୁ ଏହା ସଧବା, ବିଧବା, ପୁରୁଷ ଏବଂ ଚାରିବର୍ଣ୍ଣର ଲୋକେ କରିପାରିବେ । ଏହାସତ୍ତେ୍ୱ ସଧବା ନାରୀମାନେ ଏହାକୁ ପାଳନ କରିବାର ଦୁଇଟି ତାପ୍ତର୍ଯ୍ୟ ଅଛି । ପ୍ରଥମଟି ହେଲା ଏହି ବ୍ରତ ପାଳନରେ ଗୃହରେ ଅଶେଷ କଲ୍ୟାଣ ହୁଏ । ଘର ଧନ-ଜନ-ଜନ-ଗୋପ ଲକ୍ଷ୍ମୀ ଏବଂ ସୁଖ ଶାନ୍ତିରେ ଭରପୁର ହୋଇଯାଏ । ଜଣେ ନାରୀ ବିଶେଷକରି ଗୃହିଣୀ ଘରର କଲ୍ୟାଣ ମୟୀ । କାର୍ତ୍ତିକ ପରେ ମାର୍ଗଶୀର ମାସରୁ ନୂଆବର୍ଷ ଆରମ୍ଭ ହେଉଥିବାରୁ ଆଗାମୀ ବର୍ଷର ଶୁଭ ମନାସୀ ଗୃହିଣୀଟିଏ ଏବ୍ରତ ପାଳନ କରେ । ଦ୍ୱିତୀୟ କାରଣଟି ହେଲା ଯାହାକାଳେ କାଳେ ବ୍ୟକ୍ତିଗତ : ଯାହା ଖାଇଥିବ ପେଟକୁ, ଯାହା ନେଇଥିବ ବାଟକୁ । କାର୍ତ୍ତିକ ବ୍ରତ ପାଳନ ଦ୍ୱାରା ମହାପାତକ ନଷ୍ଟ ହୁଏ । ମୃତ୍ୟୁପରେ ସ୍ୱର୍ଗଲୋକ ବା ବୈକୁଣ୍ଠ ଲୋକ ପ୍ରାପ୍ତି ହୁଏ । ଏହାହିଁ ତ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିଗତ ଚରମ ଲକ୍ଷ୍ୟ । ଏଇଥିପାଇଁ କି ବିଧବା, କି ସଧବା ଅଥବା ପୁରୁଷ, ସମସ୍ତେ ଏ ବ୍ରତ ପାଳନ କରିପାରିବେ । ଏମିତିକି ବିଷ୍ଣୁଙ୍କର ସାନି୍ମ ମ୍ମ ଲାଭ କରିପାରିବେ । ଏ ନେଇ କାର୍ତ୍ତିକ ମାହାତ୍ମ୍ୟ ବର୍ଣ୍ଣିତ ଏକ କାହାଣୀ ଉପସ୍ଥାପନା କରୁଅଛୁ :
ସତ୍ୟଯୁଗ ଅନ୍ତେ ଉତ୍ତର ହିମାଳୟ ପ୍ରାନ୍ତ ଭାଗରେ ମାୟାପୁରରେ ଆତ୍ରେୟ ବଂଶରେ ଦେବଶର୍ମା ନାମ ଜଣେ ବ୍ରାହ୍ମଣ ଥିଲେ । ତାଙ୍କର ସକଳ ଗୁଣ ସଂପନ୍ନା ‘ଗୁଣବତୀ’ ନାମକ ଏକ କନ୍ୟା ଥିଲା । ସେ ଶୈଶବରୁ ମାତୃହୀନା ଥିଲା । ବୟସ ହୁଅନ୍ତେ ଚନ୍ଦ୍ରହୋତ୍ର ନାମକ ଜଣେ ବ୍ରାହ୍ମଣ କୁମର ସହିତ ସେ ତାକୁ ବିବାହ କରିଦେଲେ । ଏକଦା ଶ୍ୱଶୁର ଏବଂ ଜୋଇଁ ସମିଧ ସଂଗ୍ରହ ପାଇଁ ଜଂଗଲକୁ ଯାଇଥିଲେ । ସେଠାରେ ତାଙ୍କୁ ଏକ ରାକ୍ଷସ ବଧକଲା । ସେମାନଙ୍କୁ ବିଷ୍ଣୁଦୂତମାନେ ଆସି ବୈକୁଣ୍ଠପୁର ନେଇଗଲେ । ସେମାନେ ସୂର୍ଯ୍ୟ ପୂଜକ ଥିଲେ । ତାଙ୍କ ଧର୍ମବଳରୁ ସେମାନେ ମୋକ୍ଷ ହେଲେ । ବିଷ୍ଣୁଙ୍କ ମତେ :
ଯେ ସୌର ଗଣପତ୍ୟଶୈବ, ଶାକ୍ତ ଆବର ଯେ ବୈଷ୍ଣବ ।
ଏମାନେ ଲଭନ୍ତି ମୋପୁର, ଯଥାସାଗର ବର୍ଷାନୀର
ମୁହିଁଟି ପଞ୍ଚ ଆତ୍ମା ହୋଇ, ସଂସାର ଚକ୍ରରେ ଖେଳଇ ।
ଧର୍ମବଳେ ସେ ବିପ୍ରବେନି, ମୋତେ ପାଇଲେ ଗୋ ଭାବିନୀ
ଏମାନଙ୍କ ମୃତ୍ୟୁକଥା ଚାରମାନେ ‘ଗୁଣବତୀ’ ଙ୍କୁ କହିଲେ । ସେ ଦୁଃଖରେ ଆତ୍ମହରା ହୋଇଗଲେ ସତ; ହେଲେ ଉପାୟ କ’ଣ? କର୍ମନେଇ ଫଳ । ସେ ଆଗରୁ ପୁରାଣ ପାଠ ଶୁଣିଥିଲେ :
ବିଷ୍ଣୁଙ୍କ ଅତିପ୍ରିୟ ବ୍ରତ । କାର୍ତ୍ତିକ ବିଧି ଯଥା କୃତ୍ୟ
ସଂକଳ୍ପ କଲା ତାହା ବାଳୀ । ସ୍ୱଭାବେ ଏକାଦଶୀ ପାଳି
ପାପପ୍ରମାଦ ଭୟଚିତ୍ତ । ମିଥ୍ୟା ନଭାଷି କହି ସତ୍ୟ
ତିଥି ସଂକଳ୍ପେ ଉପବାସୀ । କରଇ ବ୍ରତ ଏକାଦଶୀ
ଆବର ପୂର୍ଣ୍ଣିମାସୀ ଜାଣି । କାର୍ତ୍ତିକ ବ୍ରତ ଯାହାଭଣି
ବିଧି ଅନୁଯାୟୀ ସେ କାର୍ତ୍ତିକ ବ୍ରତ କଲେ । କିଛି ଦିନଠି ତାଙ୍କର ମୃତ୍ୟୁ ହେଲା । ସ୍ୱର୍ଗରୁ ସୁବର୍ଣ୍ଣରଥ ଆସିଲା । ସେଥିରେ ବସି ସେ ସ୍ୱର୍ଗଗଲେ ଏବଂ ଲକ୍ଷ୍ମୀଙ୍କର ସଖୀ ହୋଇ ରହିଲେ । ପୁନଶ୍ଚ ସେହି କାର୍ତ୍ତିକବ୍ରତର ପୂଣ୍ୟବଳରୁ ଦ୍ୱାପର ଯୁଗରେ କୃଷ୍ଣଙ୍କର ରାଣୀ ସତ୍ୟଭାମା ହେଲେ ।
ରୁକ୍ମିଣୀ ଲକ୍ଷ୍ମୀ ଉତପତ୍ତି । ତୁମେ ଯେ ପୂର୍ବେ ପୂଣ୍ୟବତୀ ।
ଏବେ ହୋଇଲେ ସତ୍ୟଭାମା । କୁହନ୍ତି ପୁରୁଷ ଉତ୍ତମା
ଯେ ଚନ୍ଦ୍ର ହୋତ୍ରି ଦ୍ୱିଜବର । ସେ ଏବେ ଭକତ ଅକ୍ରୁର ।
ଯେ ଦେବ ଶର୍ମା ତୁମ୍ଭ ତାତ । ସେ ଏବେ ନାମେ ଶକ୍ରାଜିତ
ଯେ ତୁମ ପାଳିତା ତୁଳସୀ । ସେ କଳ୍ପଦ୍ରୁମ ହେଲା ଆସି
ଏହି ସେ ଧର୍ମ ତୁମ୍ଭ ‘ଳ । ତରି ତାରିଲ ବେନିକୁଳ
କାର୍ତ୍ତିକ ବ୍ରତ ‘ଳ ଶ୍ରୁତି । ଯେଣୁ ମୁଁ ତୁମ୍ଭ ପ୍ର୍ରିୟ ଅତି
ପୂର୍ବେ ଯେ କରିଥିଲ ତପ । ନିଶି ଆଗମେ ଜାଳିଦୀପ
ତେଣ ସନ୍ତୋଷ କମଳିନୀ । ତୁମ୍ଭେ ଯେ ତାଙ୍କ ସପତଣୀ ।
କାର୍ତ୍ତିକ ବ୍ରତର ଶୁଭ‘ଳ ନେଇ ଅନେକ ଧାର୍ମିକ କାହାଣୀ ଅଛି ।
ଏବ୍ରତ କାର୍ତ୍ତିକ ମାସର କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦ୍ଯାପିତ ହୁଏ । ବ୍ରତ ଆରମ୍ଭ ପୂର୍ବରୁ ତୁଳସୀ ଚଉରାମୂଳେ ବ୍ରାହ୍ମଣ ଡାକି ସଂକଳ୍ପ କରାଯାଏ । ସକଳ୍ପ ପାଇଁ ହରିଡ଼ା, ବାହାଡ଼ା, ଦୁବ, ଅଁଳା, ଗୁଆ, ଅରୁଆ ଚାଉଳ ଖସା ଓ ଗଙ୍ଗାଜଳ ଇତ୍ୟାଦି ଲୋଡାହୁଏ । ଏହି ସଂକଳ୍ପ ଆଶ୍ୱିନ ଶୁକ୍ଳ ଏକାଦଶୀ ଦିନ କଲେ ବହୁ ପୂଣ୍ୟ ଅର୍ଜନ ହୁଏ ।
କାର୍ତ୍ତକ ମାସରେ ହବିଷ୍ୟାଳୀ ବା ହବିଷକାରୀମାନେ ଏକ ନୈମିତ୍ତିକ ନିୟମ ପ୍ରତିିଦିନ ପାଳନ କରନ୍ତି । ପ୍ରାତଃ ସ୍ନାନସାରି ସୂର୍ଯ୍ୟଙ୍କୁ ନମସ୍କାର କରନ୍ତି ଏବଂ ଜଳ ଆଞ୍ଜୁଳି ଦାନ କରନ୍ତି । ଏହାପରେ ଦେବାଦେବୀ ଦର୍ଶନ ପୂର୍ବକ ବର, ଓସ୍ତ, ମାଳତୀ, ଅଁଳା ଇତ୍ୟାଦି ବୃକ୍ଷଙ୍କୁ ପୂଜା ଓ ଜଳଲାଗି କରନ୍ତି । ଏସବୁ ଗୁଡ଼ିକ ପୂଜା କରିବାର ଧାର୍ମିକ କାରଣ ଅଛି । ବର ଏବଂ ଓସ୍ତ ଯଥାକ୍ରମେ ବିଷ୍ଣୁ ଓ ଶିବଙ୍କର ସ୍ଥାବର ରୂପ; ମାଳତୀ, ଅଁଳା ଓ ତୁଳସୀ ବୃନ୍ଦାବତୀଙ୍କର ଧାତ୍ରୀ ରୂପ । ଏଥୁ ଅନ୍ତେ ତୁଳସୀ ଚଉରା ମୂଳକୁ ଗୋବରରେ ଲେପନ କରି, ପଞ୍ଚବର୍ଣ୍ଣ ମୁରୁଜରେ ବିଭିନ୍ନ ଦେବ ଦେବୀଙ୍କ ଚିତ୍ର କରନ୍ତି । ଏହାପରେ ଚଉରା ପୂଜାରେ ଖଇ, କଦଳୀ, କମଳା, ଚାଉଳିଆ ଏବଂ ବଢ଼ିଆଳ ଇତ୍ୟାଦି ‘ଳ ଭୋଗ କରନ୍ତି । ଏଥୁଅନ୍ତେ କାର୍ତ୍ତିକ ମହାତ୍ମ୍ୟ, ରାଧାମାଧବ ଅଷ୍ଟକ, ବିଷ୍ଣୁ ସହସ୍ରନାମ ଇତ୍ୟାଦି ଧର୍ମପୁରାଣ ପଠନ ବା ଶ୍ରବଣ କରନ୍ତି । ଚଉରା ଚାରିପଟେ ତୁଳସୀଙ୍କ ଉଦ୍ଦେଶ୍ୟରେ ଗୀତଗାଇ ନାଚି ଭକ୍ତିଭାବରେ ଉନ୍ନତ୍ତ ହୁଅନ୍ତି;
ଆଗୋ ତୁଳସୀ ଦେବୀ, ଅଟୁ ଶ୍ରୀକୃଷ୍ଣ ପ୍ରାଣ ବଲ୍ଲଭୀ ଗୋ.
ମୂଳେ ତୋର ଗଙ୍ଗା, ଡାଳେ ତୋର ବିଷ୍ଣୁ, ପତ୍ର ଦେବତାଙ୍କ ବାସ
ସେ ପତ୍ର ପଡ଼ିଲେ ମଣୋହୀ ହୁଅଇ କହଇ ଗୋଲକଦାସ
ସଂ୍ମାରେ ଚଉରାମୂଳେ ଦୀପଦାନ ଦେଇ ଏବଂ ଆକାଶ ଦୀପ ଜାଳନ୍ତି । ଆକାଶଦୀପ ପ୍ରେତପୁରୁଷ ବା ପିତୃ ପୁରୁଷଙ୍କର ପ୍ରତି ସମର୍ପିତ ଏକ ଦୀପ । ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କର ଶୂନ୍ୟଗାମୀ ପିତୃଲୋକ ବା ସ୍ୱର୍ଗଲୋକର ଅନ୍ଧକାର ପଥକୁ ଆଲୋକିତ କରିବା ଏହା ଉଦ୍ଦେଶ୍ୟ ।
କାର୍ତ୍ତିକ ବ୍ରତର କେଉଁଦିନ ଓ କିପରି କ’ଣ କରାଯିବ ଏହା ଧର୍ମପୁରାଣମାନଙ୍କରେ ଲେଖା ହୋଇଅଛି । ଯେମିତି :
ଞ୍ଚ କାର୍ତ୍ତିକ ମାସ ପ୍ରାତଃ କାଳେ । ସ୍ନାନ କରିବ ଶୀତଜଳେ
ଞ୍ଚ କାର୍ତ୍ତିକ ମାସ ପ୍ରାତଃ କାଳେ । ବିଷ୍ଣୁର ନାମ ଶିବ ଆଳେ
ଞ୍ଚ କାର୍ତ୍ତିକ ମାସ ପ୍ରାତଃ ସ୍ନାନ । ଆବର ତୁଳସୀ ସେବନ
ଞ୍ଚ ସ୍ତୁତି କରିବ ଯୋଡ଼ିକର । ବୋଲିବ ତ୍ରାହି ଦିନେଶ୍ୱର
ଞ୍ଚ ହବିଷ ଅନ୍ନ ଏକାବେଳେ । ଦୀପ ବସାଇ ସାୟଂକାଳେ
ଞ୍ଚ ବିଶେଷ ତୁଳସୀ ସେବନେ । ଅସଂଖ୍ୟ ଧର୍ମ ଦୀପଦାନେ
କାର୍ତ୍ତିକ ବ୍ରତରେ ଖାଦ୍ୟପେୟର କଟକଣା ଅଛି । ମାସସାରା ଏକ ବେଳିକିଆ ସଂ୍ମା ପୂର୍ବରୁ ହବିଷ ଅନ୍ନ ପାଇବ । ‘ହବି’ କହିଲେ ଘୃତ ବା ଘିଅ । ଅର୍ଥାତ୍ ଘୃତ ମିଶ୍ରିତ ଅନ୍ନ ପାଇବ । ଏହା ଶୁଦ୍ଧ ପାତ୍ରରେ ରନ୍ଧନ ହୋଇ ବେଲପତ୍ର ଯୋଗେ ଠାକୁରଙ୍କୁ ସମର୍ପଣ ହେବ । ତା’ପରେ ନିରୋଳାରେ ଅନ୍ୟମାନଙ୍କର, ଅଲକ୍ଷ୍ୟରେ ଭୋଜନ ହେବ । ତରକାରୀ ଆକାରେ ସାରୁ, ବନ୍ତଳ କଦଳୀ, ମୁଗଡାଲି, ମାଟିଆଳୁ, ଓଉ, ଅଦା, ନଡ଼ିଆ ଇତ୍ୟାଦି ଦରକାର ହୁଏ । ବିନା ଛୁଙ୍କରେ ଏହା ପ୍ରସ୍ତୁତ ହେବ । ଅବଶ୍ୟ ପଞ୍ଚୁକରେ ଘିଅ ଛୁଙ୍କ ଦିଆଯାଇପାରେ । କୁହାଯାଇଛି :
ମଧୁ ମାଂସାବି ଯେ ଆମିଷ । କୋଳଥ ମସୁର ଯେ ମାଂସ ।
କାର୍ତ୍ତିକୀ ଆଦି କଣ୍ଟା‘ଳ । କୃଷ୍ଣାନ୍ତି ଆଦି ମଧୁରାଳ ।
ଅଗସ୍ତି ବିନୁ ଯେତେସାକି । କାର୍ତ୍ତିକେ ନ ଭକ୍ଷଇବ୍ରତୀ ।
ଲେମ୍ବୁ, ଜମ୍ବାଳ ବହୁ କାଜି । ମୂଳା କକଡ଼ା କର୍କ ଭେଜି
ତିଳ ଏରଣ୍ଡ ରସବେନି । କାର୍ତ୍ତିକେ ଅଙ୍ଗରେ ନଘେନି
ଅଜା ମଇଁଷି ବେନି କ୍ଷୀର । କାର୍ତ୍ତିକେ ନକରି ଆହାର
ତାମୁଳ ଆଦି ମୁଖ ବାସ । ଭକ୍ଷଣେ ଅତି ବଡ଼ ଦୋଷ
ଞ୍ଚ ଭୋଜନ ନକହି ବଚନ । ମଉନେ କରି ଆଚମନ
ସେହିପରି ସ୍ତ୍ରୀ ସଂଗ ଓ କୋମଳ ଶଯ୍ୟା ନିଷେଧ । ତୃଣ ଶଯ୍ୟାରେ ଶୟନ ଇତ୍ୟାଦି କେତେକ ନାସ୍ତି ଓ ଆସ୍ତି ସୂଚକ ନିୟମ ରହିଛି ।
ଭବିଷ୍ୟାଳୀମାନେ ଅଁଳା ନବମୀ ଦିନ ଅଁଳା ଗଛମୂଳେ ଭୋଜନ କରନ୍ତି । କେହି କେହି ରାଧାପାଦ ଦର୍ଶନ ପାଇଁ ସାଖୀ ଗୋପାଳ ଯାଆନ୍ତି । ଏହି କାର୍ତ୍ତିକ ମାସଟି ସାରା ଶ୍ରୀକ୍ଷେତ୍ର ପୁରୀରେ କାର୍ତ୍ତିକିୟାଣୀଙ୍କର ଭିଡ଼ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବିଶେଷକରି ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଟକ, ବାଲେଶ୍ୱର,ମୟୁରଭଞ୍ଜ ଏବଂ ଢେଙ୍କାନାଳ ଇତ୍ୟାଦିରୁ ବହୁ ହବିଷ୍ୟାଳୀ ଆସି ଏଠି ଜମା ହୁଅନ୍ତି । ତହିଁକି ପୁରୀ ପଞ୍ଚକୋଶୀ ଅଞ୍ଚଳରୁ ହବିଷ୍ୟାଳୀଙ୍କର ଆଗମନ ଏକ ସାଧାରଣ କଥା । ପୁରୀର ମନ୍ଦିର ଠାରୁ ଆରମ୍ଭ କରି ଶ୍ୱେତଗଙ୍ଗା, ମାର୍କେଣ୍ଡଶ୍ୱର ପୋଖରୀ, ନରେନ୍ଦ୍ର ପୋଖରୀ, ଇନ୍ଦ୍ରଦ୍ୟୁମ୍ନ ଏମିତିକି ସମୁଦ୍ରକୂଳ ସବୁଆଡ଼େ ଏମାନଙ୍କର ଭିଡ଼ । ଏଠାରେ ସେମାନେ ବେଳିକିଆ ମହାପ୍ରସାଦ ଖାଇ ହବିଷ ପାଳନ୍ତି । ମନ୍ଦିରର ପ୍ରାଙ୍ଗଣରେ ରାଧା ଦାମୋଦରଙ୍କର କଥା ଶୁଣନ୍ତି ଏବଂ ଭଜନ କୀର୍ତ୍ତନ କରନ୍ତି ।
କାର୍ତ୍ତିକ ଏକାଦଶୀକୁ ବଡ଼ଏକାଦଶୀ କୁହାଯାଏ । ଲେଖାଯାଇଛି :
ଦଶମୀ ତିଥି ଆଦି କରି । ଦ୍ୱାଦଶମ୍େମ ବ୍ରତଚାରୀ
ମ୍ମ ଦିବସ ଉପବାସୀ । ବ୍ରତ କରିବେ ଏକାଦଶୀ
ବେନି ପକ୍ଷରେ ବେନି ବାର । ବ୍ରତ ପାଳିବେ ସୁରନର
ସଂକଳ୍ପେ ତୁମ୍ଭ ନାମ ଚିନ୍ତି । ଖଣ୍ଡିବେ ତ୍ରିଗୁଣ ବିପତ୍ତି
ଅନ୍ତେ ଲଭିବେ ତୁମ ପୁରୀ । ଏମିତି ଆଜ୍ଞା ଦେବା ହରି
କାର୍ତ୍ତିକ ଶୁକ୍ଲପକ୍ଷ ଏକାଦଶୀ ଠାରୁ ପଞ୍ଚୁକ ଆରମ୍ଭ ହୁଏ । ପଞ୍ଚୁକଟି କଡ଼ାକଡ଼ି ଭାବେ ପାଳନହୁଏ । ପଞ୍ଚୁକରେ ବଗ କୁଆଡ଼େ ମାଛ ଖାଆନ୍ତି ନାହିଁ । ଏହି ପାଞ୍ଚଦିନ କାର୍ତ୍ତିକ ପାଳନ କଲେ ଅସଂଖ୍ୟ ‘ଳ ମ୍ମ ମିଳେ । ପୂର୍ଣ୍ଣିମା ଦିନ ସକାଳୁ ଦୀପଦାନ ଡଙ୍ଗା ଛଡ଼ାଯାଏ :
ଆ’କା’ ମା’ ଭୈ, ପାନ ଗୁଆ ଖୋଇ
ପାନ ଗୁଆ ଯାକ ତୋର
ମାସକ ଧର୍ମ ମୋର
କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣୀମା କୁହନ୍ତି । ଏହିଦିନ ରାଇ ଦାମୋଦର ପ୍ରେମରେ ସମସ୍ତେ ଭୋଳ ଥାଆନ୍ତି । ମଥୁରାକୁ ଅକ୍ରୁର କୃଷ୍ଣ ବଳରାମଙ୍କୁ ନେଲାବେଳେ ବାଟରେ ସ୍ନାନବେଳେ ଅକ୍ରୁରଙ୍କର ଦାମୋଦର ଦର୍ଶନକୁ ନେଇ ରାଇ ଦାମୋଦର ପର୍ବ ପାଳିତ ହୁଏ । ସେଦିନ ଚଉରାମୂଳରୁ ଆରମ୍ଭ କରି ମଠ ମନ୍ଦିର ଏବଂ ପାହାଡ଼ ଦିଅଁ ଯାଏଁ କେବଳ ତାଙ୍କରି ଉଦ୍ଦେଶ୍ୟରେ ସଂକୀର୍ତ୍ତନ ଚାଲେ ଏବଂ ରାଇ ଦାମୋଦର ଚିନ୍ତନ ଓ ପୂଜନ ହୁଏ । ଏଠାରେ ରାଇ କହିଲେ କୃଷ୍ଣଙ୍କର ପ୍ରେମୀକା ରାଧାଙ୍କୁ ବୁଝାଏ । ରାଇ ଦାମୋଦର ପୂଜା ଯଦିଓ ମାସସାରା ଚାଲିଥାଏ ପୂର୍ଣ୍ଣିମା ଦିନ ଏହାର ଉଦ୍ଯାପନ ହୁଏ । ସେହିଦିନ କାର୍ତ୍ତିକ ବ୍ରତ ମ୍ମ ଉଯାପନ ହୁଏ । ଏହା ପୁଣି ସଂକଳ୍ପ ପରି ବିଧି ସମ୍ମତ ।

କୁସୁମ ଚାମର ବସନେ । ମଣ୍ଡପ ମଣ୍ଡିବ ଯତନେ
ଗୋମୟ ଘେନି ତଳଲିପି । ତୁଳସୀ ମୂଳେ ବିଷ୍ଣୁ ଥାପି
ପଞ୍ଚବର୍ଣ୍ଣି ମୁରୁଜ ଯୋଗେ । ଚିତ୍ର କରିବ ଭୂମି ଭାଗେ
ଦ୍ୱାରେ ସ୍ଥାପିବ ଦ୍ୱାରପାଳ । ପୂର୍ବ ଭାବରେ ଅତିଶୀଳ
ଯେ ବ୍ରହ୍ମା ବିଷ୍ଣୁ ମହେଶ୍ୱର । ଏମନ୍ତେ କଳ୍ପି ଦ୍ୱିଜବର
ତିନିକୁ ଆସନେ ବସାଇ । ପୂଜିବ ଗନ୍ଧ ପୁଷ୍ପ ଦେଇ

ଇତ୍ୟାଦି ବିଧିଯୋଗେ ଉଦ୍ଯାପନ କରାଯାଏ ।
କୁହାଯାଇଛି ଯେ ଯେତେ ଦର୍ଶନ, ଯେତେ ତୀର୍ଥ,ଯେତେ ଯାଗ ଯଜ୍ଞ ଇତ୍ୟାଦି ଅଛି ସେସବୁର ଧର୍ମ ଠୁଳ କଲେ କାର୍ତ୍ତିକ ବ୍ରତ ଧର୍ମ ସହିତ ସମାନ ନୁହେଁ ।
ଏସବୁ ଧର୍ମ ଠୁଳ କରି । କାର୍ତ୍ତିକ ବ୍ରତ ନୁହେଁ ସରି
ଯାବତ ପୁଣ୍ୟ କରି ଏକ । ସହସ୍ର ଗୁଣରେ କାର୍ତ୍ତିକ
ବିଷ୍ଣୁଙ୍କର ଅତି ପ୍ରିୟ ଯେଣୁ । କାର୍ତ୍ତିକ ମହାପୂଣ୍ୟ ତେଣୁ
ହବିଷ ଶତ ପୁଣ୍ୟଜାଣ । ଉଦ୍ୟାପନରେ ଲକ୍ଷଗୁଣ
ଯାର ଯୋଗରେ ସ୍ୱର୍ଗଭୋଗ । କାର୍ତ୍ତିକେ ବୈକୁଣ୍ଠର ଯୋଗ
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ସ୍ତିରୀ ପୁରୁଷ ଯେବାଜନ ।
ବିନା କାର୍ତ୍ତିକେ ଶୁଦ୍ଧ ନୋହି । ବିଷ୍ଣୁ ଶ୍ରୀମୁଖେଛନ୍ତି କହି
: କାର୍ତ୍ତିକ ମାହାତ୍ମ୍ୟ : ପଦ୍ମ ପୁରାଣ
ଅର୍ଥାତ୍ ଜାତି- ଗୋଷ୍ଠୀ ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ଏବ୍ରତ ପାଳନ କରିପାରିବେ ।
ଉପରୋକ୍ତ ଆଲୋଚନାଗୁଡ଼ିକ ଆମେ କେବଳ ଧାର୍ମିକ ଦୃଷ୍ଟି କୋଣରୁ କରିଅଛୁ । ଏକଥା ଆମେ ଭୁଲିଯିବା ନାହିଁ ଯେ କୌଣସି ଧର୍ମ ବିଜ୍ଞାନ ସମ୍ମତ ନୁହେଁ । ‘ଧୃ’ ଧାତୁରୁ ଧାରଣ କରିବା ଅର୍ଥରେ ଧର୍ମ । ହବିଷ ପାଳନକୁ ସାଧାରଣ ଭାବରେ କହିଲେ ସାତ୍ତ୍ୱିକ ଆହାର ଗ୍ରହଣ ପୂର୍ବକ ଧର୍ମକଥା ପଠନ ବା ଶ୍ରବଣ ସହ ପ୍ରକୃତିର ନୀତିନିୟମ ମ୍ମରେ ସଂଯମୀ ଜୀବନ ପାଳନ କରିବା । ବିଜ୍ଞାନ ମତରେ ପ୍ରାତଃ ସ୍ନାନ, ହବିଷ ଭୋଜନ, ଦୀପଦାନ, ଆକାଶଦୀପ ଜ୍ୱଳନ, ଏକାଦଶୀ ଉପବାସ ପାଳନ, ତୁଳସୀ ପତ୍ର ଓ ଜଳ ସେବନ ତଥା ମାଳା ଧାରଣ ସମସ୍ତେ ସ୍ୱାସ୍ଥ୍ୟ, ପ୍ରଦାୟକ । ଏଠାରେ ଗୋଟିଏ ଦ୍ରୁଷ୍ଟ୍ରାନ୍ତ ନେଇ ବିଚାର କରିବା । ତୁଳସୀ ପୂଜନ କଥା:
ମୂଳେ ଚୋର ଗଙ୍ଗା, ଡାଳେ ତୋର ବିଷ୍ଣୁ ପତ୍ର ଦେବତାଙ୍କ ବାସ ।
ସେ ପତ୍ର ପଡ଼ିଲେ ମଣୋହି ହୁଅଇ, କୁହଇ ଗୋଲକବାସ ।
ମୂଳେ ତୋର ଗଙ୍ଗା କହିଲେ : ତୁଳସୀ ମୂଳର ଜଳ ଗଙ୍ଗାପରି ହଜମକାରୀ ।
ଡାଳେ ତୋର ବିଷ୍ଣୁ କହିଲେ : ତୁଳସୀ ଡାଳର ମାଳ ଚର୍ମ ରୋଗ ବିନାଶକାରୀ ।
ପତ୍ରେ ଦେବତାଙ୍କ ବାସ କହିଲେ : ପତ୍ର ସେବନରେ କାଶ କ‘ ଆଦି ରୋଗ ହୁଏ ନାହଁ । ତା’ପତ୍ରରେ କର୍ପୁର ଥାଏ । ଏହା ଖାଦ୍ୟ ଉପରେ ପଡ଼ିଲେ ସେଥିରେ ମାଛିକି କି ଜୀବାଣୁ କୀଟାଣୁ ବସନ୍ତି ନାହିଁ । ଏହା କୀଟନାଶକ, ଏକ ପ୍ରତିଷେଧକ ମ୍ମ । ଏଣୁ ତୁଳସୀ ପତ୍ର ପଡ଼ିଥିବା ଖାଦ୍ୟ ‘ମଣୋହି’ ଯୋଗ୍ୟ । ବିଶୁଦ୍ଧ ଭୋଜନାୟ ଖାଦ୍ୟ । ପୁନଶ୍ଚ ତୁଳସୀ ପତ୍ର ସେବନ ସଂଯମୀ ଶକ୍ତି ବୃଦ୍ଧି କରେ ଅର୍ଥାତ୍ କାମ ପ୍ରବଣତା ହ୍ରାସ କରାଏ ।
କାର୍ତ୍ତିକ ବ୍ରତ ମା୍ମମରେ ପ୍ରକୃତି ଉପାସନା ଏବଂ ପରିବେଶ ସୁରକ୍ଷା ଓ ପରିମଳ କଥା ବୁଝାଏ । ଆଦିମ ଯୁଗରୁ ମଣଷ ଯାହାଠୁ ଉପକାର ପାଇଛି, ତା’ର ସେବା କରି ଆସିଛି, ସେ ଉଦ୍ଭିଦ ବା ପ୍ରାଣୀ ହେଉ । ବର, ଓସ୍ତ ଏବଂ ନିମ୍ବ ଆମ୍ଭମାନଙ୍କୁ ପ୍ରଚୁର ଅମ୍ଳଜାନ ଦିଅନ୍ତି ଏବଂ ବିଶେଷଭାବରେ ମହୌଷଧି ବୃକ୍ଷ । ଏଥିପାଇଁ ନିମ୍ବରେ ଜଗନ୍ନାଥ ପୂଜା, ହରି ଅର୍ଥରେ ବର ପୂଜା; ଶିବ ଅର୍ଥରେ ଓସ୍ତପୂଜା । ଗୋଟିଏ ବରଗଛ ଯେତିକି ଶୀତଳ ଦିଏ ତାହା ୨୦୦୦ ରେ‘ି୍ରଜିରେଟର ଠାରୁ ଅଧିକ । ଯେତିକି ଅମ୍ଳଜାନ ତା’ ଜୀବଦଶାରେ ଦିଏ ତା’ର ପରିମାଣ ୩୦ କୋଟି ଟଂକା ସହିତ ସମାନ । ଅଁଳା ବାର୍ଦ୍ଧକତା ଦୂର କରେ । ଏଣୁ ଧର୍ମ ମା୍ମମରେ ଏଠି ବୃକ୍ଷ ପୂଜା କଥା କୁହାଯାଇଛି । ଏମିତି କି ବିନା କାରଣରେ (ଓøଷଧି ବ୍ୟତୀତ) ପତ୍ରଟିଏ ବି ଚିଣ୍ଡା ନାହିଁ; ଗଛ କାଟିବା ବା ଉପାଡ଼ିବା ଦୂର କଥା । ସବୁ କଥାରେ ଛେଦନ ନକରି ଲଗାଅ ।
ଦୀପଦାନ ବା ଆକାଶ ଦୀପ ବିଚାରରେ ଧର୍ମ ନାଁରେ ଅନିଷ୍ଟକାରୀ, ପୋକ, ଜୋକ ଏବଂ ଜୀବାଣୁକୁ ବଧକର ବୋଲି କୁହାଯାଉଛି ।
ଗୋଟିଏ କଥା : ଧର୍ମ ନାଁରେ ବିଜ୍ଞାନ । ଠାକୁର ଥିଲେ ପୂଜା ଠିକ୍ ଅଛି । ବିଶ୍ୱାସ ମୂଳେ ହରି । ଏହାହିଁ ମାନସିକ ଶାନ୍ତି ଓ ଶୃଙ୍ଖଳରେ ବଂଚିବାର ଏକ ମା୍ମମ । ଅନ୍ୟପକ୍ଷରେ ସୁସ୍ଥ ପରମ୍ପରା, ପରିବେଶ ଓ ସୁସ୍ଥ ଜୀବନ ପାଇଁ କାର୍ତ୍ତିକବ୍ରତ ବା ହବିଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ ।
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ :
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ