କାର୍ତ୍ତିକ ଶେଷ ସୋମବାର ଗଜପତି ଶିବାଳୟରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆଜି କାର୍ତ୍ତିକ ମାସ ଶେଷ ସୋମବାର ଅଟେ । ଏହି ତିଥିରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ ମନସ୍କାମନା ପୁରଣ ହୁଏ ବୋଲି ବିସ୍ୱାସ ରହିଛି । ତେଣୁ ଆଜି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ମୋଟ ୭ ଗୋଟି ବ୍ଲକ ଯଥା,ଆର.ଉଦୟଗିରି,ରାୟଗଡ,ମୋହନା,ନୁଆଗଡ,ଗୋଷାଣୀ,କାଶୀନଗର,ଗୁମ୍ମା ଆଦି ଅଞ୍ଚଳରେ ଥିବା ଶିବାଳୟ ଗୁଡିକରେ ଭୋର ସକାଳୁ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖା ଦେଇଥିଲା । ପାରଳା ସହରର ଶ୍ରାରାମଲିଙ୍ଗେଶ୍ୱର,ଶ୍ରୀଧବଳେଶ୍ୱର,ଶ୍ରୀମାଡୁଆମହାଦେବ,ପଞ୍ଚୁଲିଙ୍ଗେଶ୍ୱର,ରାଜଦାଣ୍ଡର ୨ଗୋଟି ଶିବାଳୟ ଆଦି ସହ ସହରର ସମସ୍ତ ଶିବାଳୟରେ ଭୋର ସକାଳୁ ସକାଳୁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଦେବ ଦେବ ମହାଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ପ୍ରତ୍ୟେକ ମନ୍ଦିର ନିକଟରେ ପାରଳାଖେମୁଣ୍ଡି ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ