କାର୍ତ୍ତୀକମାସ ଉପଲକ୍ଷେ ଗୋକୁଳଧାମ ରେ ପ୍ରବଚନ
(ଯୁଗାବ୍ଦ ନ୍ୟୁଜ) ପବିତ୍ର କାର୍ତ୍ତୀକ ମାସ ଉପଲକ୍ଷେ ଗୋକୁଳଧାମ ରେ ଧାରାବାହିକ ପ୍ରବଚନ ସନ୍ଧ୍ୟାରେ ମାରୁତି ସତସଙ୍ଗ ଭକ୍ତ ମାନଙ୍କ ଦ୍ୱାରା ହନୁମାନ ଚାଳିସା ଭଜନ କୀର୍ତ୍ତନ ପରେ ପ୍ରବକ୍ତା ଶ୍ରୀ ହରିଦାସ ଭାଗବତ ର ଶିବ କିପରି ଭସ୍ମାସୁର କୁ ବର ପ୍ରଦାନ କରିଥିଲେ ଏବଂ ବର ପାଇବା ପରେ ସେ ଶିବଙ୍କ ମସ୍ତକରେ ହାତ ରଖିବାକୁ ଗୋଡାଇଥିଲେ । ଶେଷରେ ବିଷ୍ଣୁ ମାୟା ରୂପରେ ଆସି ତାହାର ବିନାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ରାଉତ ,ସହଦେବ ପାତ୍ର, କେଦାର ନାଥ ଚୌଧୁରୀ ,ନରସିଙ୍ଗ ମୁନି ,ନବୀନ ,ବାପି,ଅନ୍ଧୟ ମହାରଣା ,ମିନତି ଙ୍କ ସମେତ ବହୁ ଭକ୍ତମାନେ ଯୋଗ ଦେଇଥିଲେ ।


