କାର୍ଯ୍ୟକ୍ଷମ ହେଉନି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ଉପଭୋକ୍ତା ହନ୍ତସନ୍ତ

ବନ୍ତ, (ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ବରକୋଣା ସ୍ୱାଇଁ ସାହିରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେଉନଥିବାରୁ ଉପଭୋକ୍ତା ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଯେ, ଉକ୍ତ ଗ୍ରାମର ଉପଭୋକ୍ତା ମାନେ ଓରାଳି ବିଦ୍ୟୁତ୍ ଷ୍ଟକଚର ଅଧିନ ଆପଣ୍ଡାସ୍ଥିତ ୧୦୦ କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମରରୁ ବିଜୁଳି ବ୍ୟବହାର କରୁଥିଲେ । ମାତ୍ର ଏହି ଟ୍ରାନ୍ସଫର୍ମରରେ ଅଧିକ ଉପଭୋକ୍ତା ଥିବାରୁ ଲୋଭୋଲଟେଜ୍ ସମସ୍ୟା ଦେଖାଯାଉଥିଲା । ଫଳରେ ଉକ୍ତ ଗ୍ରାମରେ ସୌଭାଗ୍ୟ ଯୋଜନାରେ ଗତ ଦେଢ ବର୍ଷ ତଳେ ୬୩କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମର ବସାଯିବା ସହ ତାର ଟଣା କାମ ଶେଷ ହୋଇଥିଲା । ଏହି ଟ୍ରାନ୍ସଫର୍ମର ବସାଯିବା ଫଳରେ ଗ୍ରାମର ୩୫ ଜଣ ଉପଭୋକ୍ତା ସୁବିଧାରେ ବିଦ୍ୟୁତ୍ ବ୍ୟବହାର କରିବା ସହ ଲୋଭୋଲଟେଜ୍ ସମସ୍ୟାରୁ ମୁକ୍ତି ପାଇବେ ବୋଲି ଆଶା ରଖଥିଲେ । ସଂପୃକ୍ତ ଠିକାଦାର ସମସ୍ତ କାମ ଶେଷ କରିଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ କରାଯାଉନଥିବାରୁ ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ