କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୋଭିଡ- ୧୯ ଯୋଦ୍ଧା ସମ୍ମାନ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କୁ “କୋଭିଡ଼ – ୧୯ ଯୋଦ୍ଧା ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯିବା ଜଣାପଡିଛି। ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଓ ଓଡ଼ିଶା ବ୍ରାହ୍ମଣ ସମିତି ଆନୁକୂଲ୍ୟରେ ଏହି ” କୋଭିଡ – ୧୯ ଯୋଦ୍ଧା ସମ୍ମାନ” ପ୍ରଦାନ କରାଯାଇଛି। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ବୁଗୁଡା ସହରରେ କରୋନା ସଂକ୍ରମଣ ରୋକିବା ପାଇଁ ଜନ ସଚେତନତା କରିବା ସହ ଘରକୁ ଘର ବୁଲି ସ୍ୱାବ ଟେଷ୍ଟ କରାଇ ସ୍ୱାସ୍ଥ୍ୟ ସେବା ଯୋଗାଇବା ବ୍ୟବସ୍ଥା କରିଥିବା ପରିପ୍ରେକ୍ଷୀରେ ଏହି ସମ୍ମାନ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶ ଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ