କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ,(ଓ୍ବାଇଏନ୍ଏସ୍) :ଭଣ୍ଡାରିପୋଖରୀ ବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିବା ଜୟଦେବ ମିଶ୍ର ଇତିମଧ୍ୟରେ ଅବସର ନେଇଛନ୍ତି । ପ୍ରଥମେ ତାଙ୍କୁ ନିର୍ଗୁୁଣ୍ଡି ପଞ୍ଚାୟତ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବାବେଳେ ଆଜି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ଓ ଜିଆରଏସ ସଂଘ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କାର୍ଯ୍ୟନିର୍ବାହୀ ଅଧିକାରୀ ରବିନରାୟାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅଧିକାରୀ ଗୋପାଳକୃଷ୍ଣ ପଣ୍ଡା, ନିତ୍ୟାନନ୍ଦ ପଣ୍ଡା, ନରେନ୍ଦ୍ର କୁମାର ରାଉତ, ପ୍ରଫୁଲ୍ଲ ଚନ୍ଦ୍ର ପୁହାଣ, ସରୋଜ କୁମାର ରାଉତରାୟ, ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଦାୟୀ ବନ୍ଧୁଙ୍କ କର୍ତ୍ତବ୍ୟନିଷ୍ଠା କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦାୟୀ ଅଧିକାରୀ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ, ବସ୍ତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରକାଶ ପଟ୍ଟନାୟକ, ଅଜିତ କୁମାର ବେହେରା, ବିକ୍ରମ ସାହୁ, ନାରାୟଣ ଚନ୍ଦ୍ର ଦାସ, ଜିଆରଏସ ହିମାନ୍ଦ୍ରି ନନ୍ଦିନୀ ନାୟକ, ସନ୍ତୋଷ ରାଉତ, ବିଶ୍ୱନାଥ ମହାରଣା, ଅଦର କୁମାର ବଳ ପ୍ରମୁଖ ପରିଚାଳନା କରିଥିଲେ ।