କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଳରେ ପହଁଚିଲେ କେନ୍ଦ୍ରାପଡା ବିଧାୟକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସେସୁ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୧୦ଦିନ ଧରି ଚାଲିଥିବା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଳରେ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ପହଁଚି ଆନ୍ଦୋଳନରତ କର୍ମଚାରୀଙ୍କ ସହିତ ଆଲୋଚନା କରିବା ସହ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ବିଧାୟକଙ୍କର ଆଲୋଚନା ହୋଇଥିବା କର୍ମଚାରୀମାନଙ୍କୁ ଅବଗତ କରାଇଥିଲେ । ତେଣୁ କର୍ମଚାରୀମାନେ ଆନ୍ଦୋଳନରୁ ଓହରି ଯାଇ କାର୍ଯ୍ୟରେ ଯୋଗଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଆଲୋଚନାରେ ୟୁନାଇଟେଡ ଇଲେକ୍ଟ୍ରିସିଟି ଏମ୍ପେ୍ଲାଇଜ ୟୁନିଅନର ସାଧାରଣ ସମ୍ପାଦକ କୁମାର ଜୀତେନ୍ଦ୍ର ବିଶ୍ୱାଳଙ୍କ ସମେତ ଅନ୍ୟକର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । କିନ୍ତୁ କର୍ମଚାରୀମାନେ ଆନ୍ଦୋଳନରୁ ଅଦ୍ୟାବଧି ଓହରି ନଥିବା ଜଣାପଡିଛି । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାନଗଲେ ସାରା ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ ଆରମ୍ଭ ହେବା ସହିତ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ସମ୍ଭାବନା ସୃଷ୍ଟି ହୋଇପାରେ ।