କାର୍ଯ୍ୟଭାର ଗ୍ରହଣ କଲେ ନବ ନିର୍ବାଚିତ ସରପଞ୍ଚ

ବନ୍ତ, (ଚାନ୍ଦିନୀ ମହାନ୍ତି):ଗୁରବାର ବନ୍ତ ବ୍ଲକର ୨୫ ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ମାନେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏପରିପେକ୍ଷୀରେ ଟିଲୋ ପଞ୍ଚାୟତରେ ନବନିର୍ବାଚିତ ସରପଞ୍ଚ ସଂଗ୍ରାମ କେଶରୀ ଜେନା ପଞ୍ଚାୟତର କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏଥିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ପଣ୍ଡା, ପୂର୍ବତନ ସରପଞ୍ଚ କାଳନ୍ଦି ବେହେରା, ଅର୍ଜ୍ଜୁନ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ଦେବେନ୍ଦ୍ରନାଥ ସାହୁ, ବରିଷ୍ଠ ନାଗରିକ ଦୋଳଗୋବିନ୍ଦ ସାହୁ, କୃଷ୍ଣ ଚନ୍ଦ୍ର ବିଶ୍ୱାଳ, ପ୍ରାଣକୃଷ୍ଣ ସାହୁ, କାର୍ତ୍ତିକ ଜେନା, ବସନ୍ତ କର, ଶ୍ରୀରାମ ଦାସ, ଭିକାରୀ ବେହେରା, ଅଭିରାମ ଜେନା, ଅଭିମନ୍ୟୁ ଜେନା, ବିଷ୍ଣୁ ଚରଣ ଜେନା, ସୁଧାଂଶୁ ନାୟକ, ପବିତ୍ର ପୃଷ୍ଟି, ପ୍ରଦୀପ ପଢିଆରୀ, ସୁଧାକର କଅଁର, ରମାକାନ୍ତ ପାଣିଗ୍ରାହୀ, କୃଷ୍ଣ ନାୟକ, ଗଦାଧର ସାହୁ, ଘନଶ୍ୟାମ ଜେନାଙ୍କ ସମେତ ୧୫ ୱାର୍ଡର ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ । ସେହିପରି ନିଳୋକ ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ରଜନୀ ସେଠୀ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀଲିପ ରାଉତ, ପୂର୍ବତନ ସରପଞ୍ଚ ଅଶୋକ ମହାନ୍ତି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଟକୃଷ୍ଣ ମହାନ୍ତି, ପଞ୍ଚାୟତ ବିଜେଡି ସଭାପତି ପଦ୍ମନାଭ ନାୟକ, ଧନେଶ୍ୱର ଖିଲାର, ବାଇଧର ରାଜ, ନିଳକଣ୍ଠ ମିଶ୍ର, ପ୍ରଫୁଲ୍ଲ ମହାନ୍ତି, ସୁଶାନ୍ତ ସାହୁ, ଭାଗବତ ଜେନା, ଖଗେଶ୍ୱର ମହାନ୍ତି, ବସନ୍ତ ମିଶ୍ର, ସୁରେନ୍ଦ୍ର ପ୍ରଧାନ, ନୃସିଂହ ଦାଶ, ନାରାୟଣ ଦ୍ୱିବେଦୀ, ନାରାୟଣ ଦାଶ, ଶିବ ଶଙ୍କର ବେହେରା, ବଳରାମ ଜେନା, ପ୍ରଫୁଲ୍ଲ ଲେଙ୍କା, ଧନେଶ୍ୱର ନାୟକ, ନକୁଳ ଖିଲାର, ଅନନ୍ତ ରାଉତ, ପର୍ଶୁରାମ ବାରିକ, କରୁଣାକର ସାହୁ, ବାନାମ୍ବର ଜେନା, ହୃଷିକେଶ ସାହୁ, କାହ୍ନୁ ଚରଣ ନାୟକ, ସଂଗ୍ରାମ ଦାଶ, ସନ୍ତୋଷ ଦାସଙ୍କ ସମେତ ବହୁ ସାଥୀସମର୍ଥକ, ଶୁଭେଚ୍ଛୁ ଓ ମହିଳା ମହାସଂଘର ସଭ୍ୟା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ