କାର୍ଯ୍ୟଭାର ଗ୍ରହଣ କଲେ ନବ ନିର୍ବାଚିତ ସରପଞ୍ଚ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ବଡ ରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସପଥ ଗ୍ରହଣ ଉତ୍ସବରେ ୩୬ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ପୁର୍ବତନ ସରପଞ୍ଚ କାବେରୀ ସାହୁ, ସମିତିସଭ୍ୟା ପ୍ରଭାତୀଲତା ସୁତାର, ନବ ନିର୍ବାଚିତ ସରପ୍ୟଞ୍ଚ ରବିନ୍ଦ୍ର କୁମାର ଜେନା, ନବ ନିର୍ବାଚିତ ସମିତିସଭ୍ୟ ବାବନ ଚରଣ ସେଠୀ, ନାଏବ ସରପଞ୍ଚ ସାବିତ୍ରୀ ସେଠୀ ପ୍ରମୁଖ ଯୋଗଦେଇ ଗ୍ରାମର ବିକାଶ ହିଁ ରାଜ୍ୟର ବିକାଶ ବୋଲି ମତବ୍ୟକ୍ତ କରିଥିଲେ । ଗ୍ରାମାଞ୍ଚଳର ଲୋକମାନେ ଯେପରି ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇପାରିବେ ଓ ସମସ୍ତ ଗ୍ରାମର ଉନ୍ନୟନ ମୁଳକ କାର୍ଯ୍ୟ ଗୁଡିକ ସୁରୁଖୁରୁରେ ହୋଇପାରିବ ସେନେଇ ନବ ନିର୍ବାଚିତ ସରପଞ୍ଚ ଗୁରୁତ୍ୱ ଦେବାକୁ ସମସ୍ତେ ପରାମର୍ଶ ଦେଇଥିଲେ । ଏହି ଅବସରରେ ପଞ୍ଚାୟତର ଶିକ୍ଷାବିତ, ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପଞ୍ଚାୟତର ପିଇଓ ମହେଶ୍ୱର ସାହୁ ଓ ପୁର୍ବତନ ସରପଞ୍ଚ କାବେରୀ ସାହୁ ନବ ନିର୍ବାଚିତ ସରପଞ୍ଚଙ୍କୁ ବିଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି ଉତ୍ସବରେ ପଞ୍ଚାୟତର ବିଭିନ୍ନ ଗ୍ରାମର ପାଞ୍ଚଶହରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ