କାର୍ଯ୍ୟରତ ଗଣ ଶିକ୍ଷକଙ୍କ ଦେହାନ୍ତ ଶିକ୍ଷକ ମହଲରେ ଶୋକର ଛାୟା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମଣ୍ଡଳପଦର କ୍ଲଷ୍ଟର ଅନ୍ତର୍ଗତ ଖମନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ପ୍ରହଲ୍ଲାଦ ବଡ଼ସେଠଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ଶ୍ୱାସରୁଦ୍ଧ ହୋଇ ଶିକ୍ଷକଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ତୁମୁଡିବନ୍ଧ ବ୍ଲକର ତଥା କନ୍ଧମାଳ ଜିଲ୍ଲାର ଜଣେ ଟାଣୁଆ ଶିକ୍ଷକ ନେତା ଭାବେ କାର୍ଯ୍ୟ କରିଆସୁଥିବା ଶିକ୍ଷକ ଶ୍ରୀ ବଡ଼ସେଠଙ୍କର ଦେହାନ୍ତ ତୁମୁଡିବନ୍ଧ ବ୍ଲକ ପାଇଁ ଏକ ଶୂନ୍ୟସ୍ଥାନ ହୋଇ ରହିବ ଏବଂ ତାଙ୍କ ଭଳି ଜଣେ କର୍ମବୀର ଆମେ ଆଉ ପାଇବୁ ନାହିଁ ବୋଲି ଦୁଃଖର ସହ କହିଛନ୍ତି ଶିକ୍ଷକ ସଂଘ ସଭାପତି ଶରତ ଚନ୍ଦ୍ର ଦେଶୀନାୟକ ଓ କୁମର ପରାସେଟ।କନ୍ଧମାଳ ଜିଲ୍ଲାର ଜଣେ ଟାଣୁଆ ଶିକ୍ଷକ ପ୍ରତିନିଧି ଶ୍ରୀଯୁକ୍ତ ପ୍ରହ୍ଲାଦ ବଡ଼ସେଟ ଆଉ ଆମ ଗହଣ ରେ ନାହାନ୍ତି ସେ ଗଣ ଶିକ୍ଷକ ଭାବେ ତୁମୁଡିବନ୍ଧ ବ୍ଲକ ର ଖମନ ପଡ଼ା ଉଛ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ |ବଡ଼ସେଟ କନ୍ଧମାଳ ଜିଲ୍ଲାର ଆଦିବାସୀ ଓ ହରିଜନ ଗଣଶିକ୍ଷା ସଭାପତି ଥିଲେ ଫୁଲବାଣୀ ମେଡିକାଲରେ ତାଙ୍କର ଦେହାନ୍ତ ହେଇଛି ସେ ବ୍ଲକ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ମଧ୍ୟ ବିଭିନ୍ନ ଦାୟିତ୍ୱ ରେ ଥିଲେ କହିବାକୁ ଗଲେ ଜଣେ ବିଶିଷ୍ଟ ସମାଜ ସେବକ ତାଙ୍କର ଅନୁପସ୍ଥିତ ତୁମୁଡିବନ୍ଧ ଶିକ୍ଷକ ସଂଗଠନ କେବେ ଭୁଲି ପାରିବ ନାହିଁ ତାଙ୍କର ଅମର ଆତ୍ମା ର ସଦ୍ଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ