କାର୍ଯ୍ୟରତ ମେଡ଼ିକାଲ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ କର୍ମଚାରୀ ଭଗବାନ ସାହୁ ହୃଦଘାତରେ ମୃତ୍ୟୁବରଣ କରିଥିବା ପରିବାର ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି। ପୋଲସରା ମେଡ଼ିକାଲରେ ଦୀର୍ଘ ବର୍ଷ ଧରି ପିଏଚଇଓ ଭାବେ କାର୍ଯ୍ୟ କରି ପୋଲସରା ମେଡ଼ିକାଲ ସମେତ ପୋଲସରା ଅଞ୍ଚଳରେ ଜଣେ ସରଳ ଓ ପରୋପକାରୀ ଭାବରେ ପରିଚିତ ଥିଲେ । ନିଜ ଚାକିରୀ ଅବଧି ଆହୁରି ତିନି ବର୍ଷ ଥିବା ବେଳେ ଆକସ୍ମିକ ଭାବେ ମୃତ୍ୟୁ ବରଂ କରିଥିଲେ। ମୃତ୍ୟୁ ବେଳକୁ ସ୍ବର୍ଗତ ଭଗବାନଙ୍କୁ ୫୭ ବର୍ଷ ହୋଇଥିଲା। ସ୍ବର୍ଗତ ଭଗବାନ ସାହୁଙ୍କ ଅକାଳ ବିୟୋଗକୁ ନେଇ ପୋଲସରା ସହରରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁ ଖବର ପାଇ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ ପ୍ରମୁଖ ଶୋକାକୁଳ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ