କାର୍ଯ୍ୟରତ ସାମ୍ବାଦିକଙ୍କୁ ମଦ୍ୟପ ସରକାରୀ କର୍ମଚାରୀଙ୍କ ଆକ୍ରମଣ
ଆମପାଣି, (ଯୁଗାବ୍ଦ ନ୍ୟୁଜ):କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ରେ ଦୈନିକ ଖବର କାଗଜ ସମାଜ ପତ୍ରିକାରେରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି କିଶନ କୁମାର ପଟ୍ଟନାୟକଙ୍କୁ ଖବର ସଂଗ୍ରହ କରିବାକୁ ଯାଇଥିବା ସମୟରେ ସରକାରୀ କର୍ମଚାରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ସମାଜ ପ୍ରତିନିଧି କିଶନ କୁମାର ପଟ୍ଟନାୟକ ବରାଡଙ୍ଗା ପଞ୍ଚାୟତ ରେ ଅୟୋଜିତ ହୋଇଥିବା ଏକ ଜନଶୁଣାଣି ଶିବିରରେ ଖବର ସଂଗ୍ରହ କରିବାକୁ ଯାଇଥିଲେ। ଇତି ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ପଛପଟେ ଏକାଧିକ ମଦ ବୋତଲ ଗଡୁଥିବା ଦେଖି ଏ ସମ୍ପର୍କରେ ଉକ୍ତ ପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତୀଶ ରଥ ଙ୍କ ପ୍ରତିକ୍ରିୟା ନେବା ସମୟରେ ରାଗି ଯାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ତଣ୍ଟି ଚିପି ମୋବାଇଲ ଛଡେଇବାକୁ ଚେଷ୍ଟା କରିଥିଲେ। କାହିଁକି ଏପରି କରୁଛନ୍ତି ବୋଲି ପଚାରିବାରୁ ସାମ୍ବାଦିକ ଦେଖେଇ ହେଉଛୁ ବୋଲି କହିବା ସହ ମୋବାଇଲ ଫୋନ ଟାଣି ଥିଲେ ସେ। ପରେ ଗଣମାଧ୍ୟମ ପ୍ରତିନିଧି ଜଣକ ସମ୍ପୃକ୍ତ ମଦ୍ୟପ ପିଇଓ କୁ ଗିରଫ କରିବା ସହିତ ଡାକ୍ତରୀ ମୁଁଆଇନା କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।