କାର୍ଯ୍ୟରତ ସେସୁ କର୍ମଚାରୀଙ୍କ ମୃତ୍ୟୁ ବିଭାଗୀୟ ତଦନ୍ତ ଆରମ୍ଭ

ଚୌଦ୍ୱାର,( ସଞ୍ଜିବ ତିୱାରୀ):ଚୌଦ୍ୱାର ସେସୁ ଡିଭିଜନର ଠିକା କର୍ମଚାରୀ ଅକ୍ଷୟ କୁମାର ଭୂୟାଁ ୧୧କେଭି ତାର ମରାମତି କଲାବେଳେ ଅଚାନକ୍ ବିଦ୍ୟୁତ୍ ଚାର୍ଜ ହେବାରୁ ସୋଚନୀୟ ମୃତ୍ୟୁ ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ । ବୁଧବାର ବରିଷ୍ଠ ଅଧିକ୍ଷକ ତଥା ବିଦ୍ୟୁତ ଇନିସ୍‌ପେକ୍ଟର ପ୍ରଫୁଲ୍ଲ କୁମାର ବେହେରା ଓ ସେସୁର ସାଧାରଣ ପ୍ରବନ୍ଧକ (ସେଫ୍ଟେି) ଅମୀୟ କୁମାର ବିଷୋଇ, ସେସୁ କାର୍ଯ୍ୟନିବାହୀ ଯନ୍ତ୍ରୀ (କଟକ) ଅମରଜିତ୍ ପଟ୍ଟନାୟକ ଓ ଚୌଦ୍ୱାର ଏସ୍‌ଡିଓ ସମିର ପଢିଆରୀ ଚୌଦ୍ୱାର ଆସି ଦୁର୍ଘଟଣା ଘଟିଥିବା ସ୍ଥାନ ବୁଲିବା ସହ ଗ୍ରିଡ୍‌କୁ ଯାଇ ତଦନ୍ତ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ମଙ୍ଗଳାବାଗ ଠିକା କର୍ମଚାରୀ ଅକ୍ଷୟ ଭୂୟାଁ ଚୌଦ୍ୱାର ପୌରପାଳିକାର ୨ନଂ ୱାର୍ଡ ଶିବାଜୀ ନଗରରେ ବଜ୍ରପାତରେ ପୋଡିଯାଇଥିବା ୧୧କେଭି ତାର ମରାମତି କରୁଥିବାବେଳେ ଅଚାନକ ବିଦ୍ୟୁତ୍ ଚାର୍ଜ ହେବାରୁ ଖୁଣ୍ଟ ଉପରେ ହିଁ ଅକ୍ଷୟଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା । ଅକ୍ଷୟଙ୍କ ମୃତ୍ୟୁପରେ ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସାଧାରଣରେ ଉଠିଥିଲା । ଜଣେ ଠିକା କର୍ମଚାରୀ ଏଭଳି ଶୋଚନୀୟ ମୃତ୍ୟୁ ଦୁର୍ଘଟଣା ଜନିତ ନହୋଇ ମାନବଜନିତ ବୋଲି ଆଲୋଚନା ଯୋର ଧରିଛି । ସେସୁର ସମସ୍ତ ପ୍ରକାର ୧୧କେଭି ବିଦ୍ୟୁତ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ କନିଷ୍ଠ ଯନ୍ତ୍ରୀ ଉତ୍ତରଦାୟୀ ଥିବାବେଳେ ଏହି ଘଟଣାରେ ଓ.ଟି.ଏମ୍ ଫିଡରର ଲାଇନମ୍ୟାନ ମଳୟ କୁମାର ନାୟକଙ୍କୁ ନିଲମ୍ବନ କରାଯିବା ଘଟଣା ପଛରେ ଏକ ବଡଷଡଯନ୍ତ୍ର ଥିବାର ଆଭାଷ ମିଳିଛି । ବିଦ୍ୟୁତ୍ ନିର୍ମାଣ କାର୍ଯ୍ୟ ପୂର୍ବରୁ ଗ୍ରିଡ୍‌ରୁ ସଟ୍‌ଡାଉନ ନିଆଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କାର୍ଯ୍ୟ ଚାଲୁଥିବାବେଳେ କିଭଳି କରେଣ୍ଟ ଚାର୍ଜ ହେଲା ତାହା ସନ୍ଦେହ ସୃଷ୍ଟି କରିଛି । ସମସ୍ତ ପ୍ରକାର ୧୧କେଭି ଲାଇନ୍ ମରାମତିବେଳେ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହିବା ନିୟମ ଥିଲାବେଳେ ମଙ୍ଗଳବାର ଘଟଣାରେ ତାଙ୍କର ଅନୁପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ସମ୍ପୃକ୍ତ କନିଷ୍ଠ ଯନ୍ତ୍ରିକୁ ବଞ୍ଚାଇବାପାଇଁ ଉଚ୍ଚ କର୍ତ୍ତୃପକ୍ଷ ଲାଇନ ମ୍ୟାନକୁ ବିନା ତଦନ୍ତରେ ନିଲମ୍ବନ କରିବା ଘଟଣାକୁ କଟକ ସର୍କଲ ବିଦ୍ୟୁତ କର୍ମଚାରୀ ସଂଘ ତୀବ୍ର ନିନ୍ଦା କରିବା ସହ ବିରୋଧ କରିଛି । ଘଟଣାରେ ମୃତ୍ୟୁ ବରଣ କରିଥିବା ଅକ୍ଷୟଙ୍କ ପରିବାରକୁ ରାଜନୈତିକ ଦାଓପେଞ୍ଚ୍ ଯୋଗୁଁ ମାତ୍ର ୧ଲକ୍ଷ ଟଙ୍କା ସେସୁ ତରଫରୁ ଏବଂ ୩୦ହଜାର ଟଙ୍କା ଜିଲ୍ଲା ରେଡ୍‌କ୍ରସ ପାଣ୍ଠିରୁ ପ୍ରଦାନ କରାଯାଇଛି । ଅଥଚ ସେସୁ ପକ୍ଷରୁ ଦିଆଯାଇଥିବା ୧ଲକ୍ଷ ଟଙ୍କା ପ୍ରକୃତରେ କେଉଁଠାରୁ ଏବଂ କେଉଁ ସେସୁ ଅଧିକାରୀ ପ୍ରଦାନ କରିଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବି ହେଉଛି । ମୃତକ ଅକ୍ଷୟଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତି ପୁରଣ ଓ ତାଙ୍କ ପତ୍ନୀଙ୍କୁ ଚାକିରୀ ପ୍ରଦାନ କରିବାକୁ ସ୍ଥାନୀୟ ବୃଦ୍ଧିଜୀବି ମାନେ ଦାବିକରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ