କାର୍ଯ୍ୟର ତଦାରଖ କଲେ ପ୍ରକଳ୍ପ ନିର୍ଦ୍ଦେଶକ
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଏନଏସିର ଚାଲିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଗୁଡିକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଏନଏସି ପ୍ରଶାସନିକ ଅଧିକାରୀ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ପରିଦର୍ଶନ କରି କାର୍ଯ୍ୟର ମାନ ତଦାରଖ କରିବା ସହ ଚାଲିଥିବା ପ୍ରକଳ୍ପ ଗୁଡିକ କିପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ ହେବ ସେଥି ନିମନ୍ତେ ସେ ପରାମର୍ଶ ଦେଇଛନ୍ତି । ଏହି ପରିଦର୍ଶନ ବେଳେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ, ବିଭାଗୀୟ ଯନ୍ତ୍ରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।