କାର୍ଯ୍ୟାଳୟକୁ ଆସୁନାହାନ୍ତି ରାଜସ୍ଵ ନିରିକ୍ଷକ , ନିରାଶରେ ଫେରୁଛନ୍ତି ଲୋକେ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଧିନସ୍ଥ ଡଅଁର କାର୍ଯ୍ୟାଳୟକୁ ଆସୁନାହାନ୍ତି ରାଜସ୍ଵ ନିରିକ୍ଷକ ଆସୁ ନଥିବାରୁ ବିଭିନ୍ନ କାର୍ଯ୍ୟପାଇଁ ଆସି ନିରାଶରେ ଫେରୁଛନ୍ତି ଲୋକେ । ଆଜି ସକାଳ ୧୦ଟାରୁ ୩୦ ରୁ ଉର୍ଦ୍ଦ୍ଵ ଲୋକ ବିଭିନ୍ନ ରାଜସ୍ବ ସଂକ୍ରାନ୍ତିୟ କାର୍ଯ୍ଯ ପାଇଁ ଡଅଁର ରାଜସ୍ଵ ନିରିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେବି କାର୍ଯ୍ୟାଳୟକୁ ନ ଯିବାରୁ ଲୋକମାନେ ନିରାଶ ହୋଇ ଫେରି ଆସିଥିବା ଗୌରାଙ୍ଗ ନାୟକ , କୃଷ୍ଣ ଦେହୁରୀ , ନାରାୟଣ ବେହେରା , ଅନିରୁଦ୍ଧ ଖଟୁଆ , କାର୍ତ୍ତିକ ଦେହୁରୀ , ରାଜୁ ଦେହୁରୀ , ଗୋବର୍ଦ୍ଧନ ଦେହୁରୀ , ଯୁଦ୍ଧିଷ୍ଠିର ସାହୁ , ମକରଧିଜ ଭୂତିଆ ପ୍ରମୁଖ ଅଭିଯୋଗ କରିଛନ୍ତି । ଏହାଦ୍ଵାରା ଆମର ଗୋଟିଏ ଗୋଟିଏ ଦିନ ସମ୍ପୁର୍ଣ୍ଣ ବେକାର ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ରାଜସ୍ବ ନିରିକ୍ଷକ କୃଷ୍ଣଚ଼ନ୍ଦ୍ର ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଦୁଇ ଦୁଇଟି ସର୍କଲର ଦାୟିତ୍ୱ ବୁଝୁଥିବାରୁ ସମସ୍ୟା ଉପୁଜୁଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ