କାର୍ଯ୍ୟାଳୟକୁ ନ ଆସି ଜନସାଧାରଣ ସରକାରୀ ସେବା ପାଇପାରିବେ : ଜିଲ୍ଲାପାଳ

ଯାଜପୁର, (ଓ୍ବାଇଏନ୍ଏସ୍) : କରୋନାର ଭୟାବହତା ଜିଲ୍ଳ୍‌ାରେ ବୃଦ୍ଧି ପାଇବାକୁ ଲାଗିଚ୍ଥି । ଏପରି କି, ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଚ୍ଥନ୍ତି । ଏଥିପାଇଁ ସମଗ୍ର ଯାଜପୁର ଜିଲ୍ଳ୍‌ାର ବିଭିନ୍ନ କାର୍ଯ୍ୟାଳୟକୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ମାନଙ୍କ ପ୍ରବେଶ ଊପରେ ରୋକ୍ ଲଗାଯାଇଚ୍ଥି । ସାମାଜିକ ଦୂରତା ବଜାୟ ରଖିବା, ଗହଳି ନ କରିବା, ମାସ୍କ ବ୍ୟବହାର କରିବା ଦ୍ୱାରା କରୋନାକୁ ନିୟନ୍ତ୍ରଣ କରାଯାଇପାରିବ । ଏହି ଉଦ୍ଦେଶ୍ୟରେ ସରକାର ମଧ୍ୟ ବାରମ୍ୱାର ମାର୍ଗ ଦର୍ଶିକା ପ୍ରଚଳନ ସହ ଲୋକ ମାନଙ୍କୁ ସଚେତନ କରାଉଚ୍ଥନ୍ତି । ତେଣୁ ଜିଲ୍ଳ୍‌ାର ଅଧିବାସୀ ମାନଙ୍କୁ କୈାଣସି ସରକାରୀ କାର୍ଯ୍ୟାଳୟକୁ ଆସିବାକୁ ବାରଣ କରାଯାଇଚ୍ଥି । ତେବେ ସେମାନେ ସେମାନଙ୍କର ସରକାରୀ କାର୍ଯ୍ୟକୁ ଯେପରି ସହଜ ଓ ସୁବିଧାରେ ପାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ଲୋକମାନେ ଜିଲ୍ଳ୍‌ା ସ୍ତର ବା ବ୍ଳ୍‌କ ସ୍ତରରେ କାର୍ଯ୍ୟ ପାଇଁ ସଂପୃକ୍ତ କାର୍ଯ୍ୟାଳୟର ଇ-ମେଲ୍ ବା ଅଧିକାରୀ ମାନଙ୍କ ହ୍ୱାଟ୍‌ସପ୍ ମାଧ୍ୟମରେ ସେମାନଙ୍କ ଅଭିଯୋଗ ବା କାର୍ଯ୍ୟର ବିବରଣୀ ପ୍ରେରଣ କରନ୍ତୁ । ଆବେଦନ ପତ୍ରରେ ସ୍ପଷ୍ଟ ଭାବେ ନାମ, କାର୍ଯ୍ୟର ବିବରଣୀ, ଠିକଣା, ଯୋଗାଯୋଗ ନମ୍ୱର ଓ ଇ-ମେଲ୍ ଆଇଡି ଦିଅନ୍ତୁ । ଯାହା ପଂଳରେ ସଂପୃକ୍ତ ବ୍ୟକ୍ତିଙ୍କର କାର୍ଯ୍ୟ କାର୍ଯ୍ୟାଳୟକୁ ନ ଆସି ମଧ୍ୟ ହୋଇପାରିବ ବା ସଂପୃକ୍ତ ଅଧିକାରୀ କାର୍ଯ୍ୟ ସଂପର୍କରେ ଆବେଦନକାରୀଙ୍କୁ ସୂଚୀତ କରିପାରିବେ । ଜିଲ୍ଳ୍‌ା ସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟର ମେଲ ଆଇଡି ମଧ୍ୟ ଊଲ୍ଲେଖ କରାଗଲା । ଏହାର ସୁପଂଳ ନିଆଯାଇପାରେ ବୋଲି ଦାସ ଆଶା ପ୍ରକାଶ କରିଚ୍ଥନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ