କାର୍ଡ଼ିଆକ୍ କେଥେଟରାଇଜେସନ

କାର୍ଡ଼ିଆକ୍ କେଥେଟରାଇଜେସନ୍ ପରୀକ୍ଷା ଦ୍ୱାରା ହୃଦୟର ସାମ୍ପ୍ରତିକ ସ୍ଥିତି ଓ ଏହାର କାର୍ଯ୍ୟକାରିତା ଜଣାପଡ଼େ । ଏହାକୁ କୋରୋନାରୀ ଏନ୍ଜିଓଗ୍ରାମ କୁହାଯାଏ । ତେବେ ଏଥିରେ ସମ୍ଭାବ୍ୟ ବିପଦଟି ହେଉଛି ରକ୍ତସ୍ରାବ ହୋଇପାରେ ବା କ୍ୟାଥେଟର ଲଗାଯାଉଥିବା ବେଳେ ନଳୀର ଧମନୀ ନଷ୍ଟ ହେବାର ସମ୍ଭାବନା । ସେହିପରି ଆଉ ଏକ ପରୀକ୍ଷା ହେଉଛି ଇଲେକ୍ଟ୍ରୋ ଭିଜିଓଲୋଜି ଟେଷ୍ଟ । ଯାହା ଦ୍ୱାରା ହୃଦୟର ଇଲେକ୍ଟ୍ରିକାଲ୍ ପାଥୱେ ପରୀକ୍ଷା ଦ୍ୱାରା ହୃଦ୍ସ୍ପନ୍ଦନ ଅନିୟମିତତାର କାରଣ ଧରାପଡ଼େ । ସେହିପରି ଆଉ ଏକ ହାର୍ଟ ଇମେଜିଂ ପରୀକ୍ଷାର ନାମ ହେଉଛି ସିଟି ହାର୍ଟ ସ୍କାନ । ଯେଉଁଥିରେ ଇନ୍ଟ୍ରାଭେନସ୍ ଡାଇର ବ୍ୟବହାର ଦ୍ୱାରା କିମ୍ବା ରକ୍ତ ସଞ୍ଚାଳନ ଓ ହୃଦୟର ସଂରଚନାର ସର୍ବଶେଷ ସ୍ଥିତି ପରୀକ୍ଷାରୁ ଜଣାପଡ଼େ । ଆଉ ଏକ ପରୀକ୍ଷା ହେଉଛି ହାର୍ଟ ଏମ୍ଆର୍ଆଇ । ଏହି ପରୀକ୍ଷାରେ ହୃଦ୍ରୋଗୀଙ୍କ ହୃତ୍ପିଣ୍ଡ, ଛାତି, ହୃତ୍ପିଣ୍ଡର ଭିତର ଅଂଶର କାର୍ଯ୍ୟକାରିତା, ଫୁସ୍ଫୁସ୍ର ଆକଳନ କରାଯାଏ । ଏହି ପରୀକ୍ଷାରୁ ରୋଗୀ ଜଣକ ଜନ୍ମଗତ ହୃଦ୍ରୋଗର ହୋଇଥିଲେ ସହଜରେ ଜଣାପଡ଼ିଯାଏ ।ତେବେ ଅନେକଙ୍କ ଭୁଲ ଧାରଣା ଥାଏ ଯେ ଏହି ଏମ୍ଆର୍ଆଇ ପରୀକ୍ଷାରେ ବ୍ୟବହାର ହେଉଥିବା ତେଜଷ୍କ୍ରିୟ ତରଙ୍ଗ ଓ ଚୁମ୍ବକୀୟ କ୍ଷେତ୍ରର କୌଣସି ପରିପାଶ୍ୱର୍ିକ ପ୍ରଭାବ ରହିନଥାଏ । ଆଉ ଏକ ବଡ଼ ପରୀକ୍ଷା ହେଉଛି ପେସ୍ମେକର୍ ଓ ଆଞ୍ଜିଓପ୍ଲାଷ୍ଟ । ଜଣେ ଜଣେ ହୃଦ୍ରୋଗୀଙ୍କ ହୃଦୟ ସ୍ପନ୍ଦନରେ ଅନିୟମିତତା ବା ବିଲକ୍ଷଣ ଦେଖାଦେଇଥାଏ । ଏହି ପରୀକ୍ଷାଟି ହେଉଛି କୃତ୍ରିମ ଭାବରେ ପ୍ରସ୍ତୁତ ଏକ ସ୍ୱାସ୍ଥ୍ୟପ୍ରଦ ବିଦ୍ୟୁତ୍ ସ୍ରୋତ ପ୍ରଦାନକାରୀ ଯନ୍ତ୍ରକୁ ଛାତିରେ ଲଗାଯାଇଥାଏ । ଯାହାକି ରୋଗୀଟିର ହୃଦ୍ସ୍ପନ୍ଦନ କ୍ରିୟାରେ ସାହାଯ୍ୟ ଯୋଗାଏ । ଯାହାକୁ ଚିକିତ୍ସା ଶାସ୍ତ୍ରର ଭାଷାରେ କାର୍ଡ଼ିଆକ୍ ପେସ୍ମେକର ବା ହୃତ୍ପିଣ୍ଡର ବିଦ୍ୟୁତ୍ ଚାଳକ କୁହାଯାଏ ।ସେହିପରି ରକ୍ତବାହିନୀରେ ରହିଥିବା ବିକୃତିର ଗଠନକୁ ଆଞ୍ଜିଓପ୍ଲାଷ୍ଟ କୁହାଯାଏ । ରକ୍ତ ସଞ୍ଚାଳନରେ ରୋଗୀଟି ଶରୀରରେ କୌଣସି ବାଧକ ସୃଷ୍ଟି ହେଉଥିଲେ ହୃଦ୍ଚିକିତ୍ସାର ନିର୍ଦ୍ଦିଷ୍ଟ ଅସ୍ତ୍ରପଚାର ଦ୍ୱାରା ଠିକ୍ କରାଯାଏ । ସେଠାରେ ତ୍ରୁଟି ରହିଥିବା ଅଂଶଟିକୁ କଢ଼ାଯାଇ ଭିନ୍ନ ଏକ ସୁସ୍ଥ ଧମନୀର ସମାନ ମାପର ଅଂଶକୁ ପ୍ରତିରୋପଣ କରାଯାଏ । ସେହିପରି ଆଉ ଏକ ଅଛି ସାଧାରଣରେ ବୁଝାଯାଉଥିବା କୋଲେଷ୍ଟେରୋଲ୍ । ଏଥିରେ କେବଳ ହୃଦ୍ରୋଗୀ ନୁହେଁ ଯେ କୌଣସି ଲୋକଙ୍କର ହୃଦୟର ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ କ୍ଷେତ୍ରରେ କୋଲେଷ୍ଟେରୋଲ୍ର ଭୂମିକା ରହିଥାଏ । ରକ୍ତରେ ଅଧିକ ମାତ୍ରାରେ କୋଲେଷ୍ଟେରୋଲ୍ କୋରୋନାରୀ ହାର୍ଟ ଡିଜିଜ୍ ଓ ଭୟାନକ ଷ୍ଟ୍ରୋକର ଗୁରୁତ୍ୱପୂର୍ଣ୍ଣ ଓ ବହୁତ ବଡ଼ କାରଣ । ତେଣୁ ନିୟମିତ ବ୍ୟବଧାନରେ କୋଲେଷ୍ଟେରୋଲ୍ ପରୀକ୍ଷା କରିବା ଜରୁରୀ । ସମସ୍ତେ ଜାଣନ୍ତି ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ । ତେବେ ବର୍ତ୍ତମାନର ସମୟକୁ ଦେଖିଲେ ଆମମାନଙ୍କ ଭିତରେ ଜୀବନଶୈଳୀ, ବିଶ୍ରାମ, ଖାଦ୍ୟପାନୀୟ ଓ କର୍ମକ୍ଷେତ୍ର ବା ପାରିବାରିକ ଘଟଣାକୁ ନେଇ ବିଭିନ୍ନ ମାନସିକ ଚାପ ଅନେକ ରୋଗର କାରଣ ପାଲଟୁଛି । ବର୍ତ୍ତମାନ ସମୟରେ ହୃଦ୍ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ନିୟମିତ ଜୀବନଶୈଳୀରେ ଖାଦ୍ୟପେୟ, ବିଶ୍ରାମ, ବ୍ୟାୟାମ, ନିଶା ସେବନ ଠାରୁ ଦୂରେଇ ରହିବା ଓ ବିଭିନ୍ନ ଚାପକୁ ସନ୍ତୁଳିତ ରଖିବା ଦ୍ୱାରା ହୃଦ୍ରୋଗଠାରୁ ଦୂରେଇ ପାରିବା । ସମସ୍ତେ ଜାଣନ୍ତି ହୃଦ୍ରୋଗର ପ୍ରମୁଖ କାରଣ ହେଉଛି ମେଦବହୁଳତା, ନିଶା ସେବନ, ଅଳସୁଆମୀ, ମଧୁମେହ ବା ଡାଇବେଟିସ୍, ରକ୍ତଚାପ ବା ହାଇପର୍ଟେନସନ୍ । ଏହି କ୍ଷେତ୍ରରେ ନିଜେ ନିଜର ଚିକିତ୍ସକ ସାଜି ସ୍ୱାସ୍ଥ୍ୟ କ୍ଷେତ୍ରକୁ ଭଲ ଭାବେ ବୁଝି ସମର୍ଥ ହେଲେ ଆପଣ ହୃଦ୍ରୋଗକୁ ବାଏ ବାଏ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ