କାର୍‌ରୁ କନ୍ୟା ଫେରାର୍‌ ବିବାହ ସାରି ଫେରୁଥିବା ବେ‌ଳେ

ବରଗଡ଼:ସମ୍ବଲପୁର ଜାତୀୟ ରାଜପଥ କଡ଼ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କନ୍ୟା ପାଇଁ ଚା’ ଆଣିବାକୁ ଯାଇ ଫେରିଲା ବେଳକୁ କନ୍ୟା କାର୍‌ରୁ ଚମ୍ପଟ ମାରିଛି। ଏଣେ ବର ଲଜ୍ଜା, ନିରାଶ ଓ କ୍ରୋଧରେ ଫେରିଗଲେ। ଘଟଣାକୁ ନେଇ ରେଂଗାଲିକେମ୍ପ ସମେତ ଆଖପାଖ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ଗୁରୁବାର ସୁଦଶା ବ୍ରତ ଥିବାରୁ ବଡ଼ି ଭୋରରୁ ବିବାହ ସାରି ବର-କନ୍ୟା କାର୍‌ରେ ଗୋଡ଼ଭଗା ପଟକୁ ବାହାରିଥିଲେ। ରେଂଗାଲିକେମ୍ପରେ ପନିବାରିବା ବଜାର ବସୁଥିବାରୁ ସକାଳୁ ଜନଗହଳି ଥିଲା। ଭୋର ସାଢ଼େ ୩ଟାରେ ଚା’ ପିଇବା ପାଇଁ କାର୍‌ଟି ରେଂଗାଲିକେମ୍ପରେ ଅଟକିଥିଲା। ବର ସାଂଗରେ ଡ୍ରାଇଭର ଚା’ ପିଇବା ପାଇଁ ଓହ୍ଲାଇଥିଲେ। କନ୍ୟା ପାଇଁ ଚା’ ଆଣିଲେ। ଚା’ ଥଣ୍ଡା ହୋଇଯାଇଥିବା କହି ଗରମ ଚା’ ଆଣିବାକୁ କନ୍ୟା ଜଣକ କହିଥିଲେ। ବର ପୁଣି ଗରମ ଚା’ ଆଣିବାକୁ ଯାଇଥିଲେ। ଫେରି ଦେଖିଲା ବେଳକୁ ପଛ ସିଟରେ କନ୍ୟା ନାହିଁ। ହତାଶ ବର ଖୋଜାଖୋଜି କଲେ। ହେଲେ କନ୍ୟାର ଆଉ ପତ୍ତା ମିଳିନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ