କାର୍-ଟ୍ରକ୍ ମୁହାଁମୁହିଁ, ୫ ମୃତ
ବେଲଗାମ(ଏଜେନ୍ସି): କର୍ଣ୍ଣାଟକର ବେଲଗାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୫ଜଣଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି । ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ଦ୍ରୁତଗାମୀ ଟ୍ରକ୍ କାରକୁ ପିଟିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ମିଳିଥିବା ସୂଚନାନୁସାରେ ୬ଜଣ ବ୍ୟକ୍ତି ଏକ କାର ଯୋଗେ ଯାଉଥିଲେ । ତେବେ ପଛପୁଟି ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ଏହି କାରକୁ ପଛରୁ ଧକ୍କା ଦେଇଥିଲା । ଯାହା ଫଳରେ କାରଟି ରାସ୍ତା ଉପରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ହିଁ ୫ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଟ୍ରକ୍ଟି କାରକୁ ଏତେ ଜୋରରେ ପିଟିଥିଲା ଯେ କାର ଭିତରେ ସମସ୍ତ ଯାତ୍ରୀ ଚାପି ହୋଇ ରହିଯାଇଥିଲେ । ତେବେ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ଉଭୟ କାର ଓ ଟ୍ରକ୍କୁ ଜବତ କରିବା ସହ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।