କାର ଓ ଟ୍ରକ ମଧ୍ୟରେ ଧକ୍କା ଜଣେ ଆହତ ଜଣେ ଗୁରୁତର

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର କଳାହାଣ୍ଡି ସୀମାନ୍ତ ଆମ୍ବପାଣି ଘାଟିରେ କାର ଓ ଟ୍ରକ ମଧ୍ୟରେ ଧକ୍କା ଫଳରେ ଅଳ୍ପକେ ବର୍ତି ଯାଇଛନ୍ତି ଦୁଇ ଯାତ୍ରୀ । ଏହି ଦୁର୍ଘଟଣାରେ କାରରେ ବସିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ମୈଦଲପୁର ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାର୍ଯ୍ୟରେ ମେଡିକାଲ ପଠାଇଥିଲେ । ଓଡି 05 ଏଏଲ 6289 ନମ୍ବର ର ଏକ କାର ନବରଙ୍ଗପୁରରୁ ଭବାନୀପାଟଣା ଯାଉଥିବା ବେଳେ ବିପରୀତ ଦିଗରୁ ଟ୍ରକ ନମ୍ବର ଟିଏସକ୍ୟୁ 6ୟୁସି 6571 ଆସୁଥିବା ସମୟରେ କାରର ଡ୍ରାଇଭର ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ କାରର ସାମ୍ନାପଟ ସମ୍ପୂର୍ଣ ନଷ୍ଟ ହୋଇଛି । ଦୁଇ ଜଣଙ୍କୁ କଳାହାଣ୍ଡି କୋକସରା ଅଗ୍ନିଶମ ବିଭାଗ ଓ ମୈଦଲପୁର ପୋଲିସ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲ ରେ ଭର୍ତି କରିଛନ୍ତି । ଘଟଣା ସ୍ଥଳରେ ମୈଦଲପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ