କାର ଓ ଟ୍ରକ ସହ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ଆଜି ଶୁକୁଳିପଦର ଓ ପଥରଗଡ ରାସ୍ତାରେ ଚଢ଼ାଉ କରି ଏକ ଟ୍ରକରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରି ୪ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ, ଉତର ପ୍ରଦେଶ ଆଗ୍ରାର ନାସିରୁଧିନ ଖାଁ,ନୁର ଇସଲାମ, ଗୁଲସନ ମଲ୍ଲିକ ଓ ବିଜୟ ସିଂ । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଥାନା ଅଧିକାରୀ ସୁଜିତ କୁମାର ନାୟକ ନେତୃତ୍ୱରେ ଏକ ଟିମ ସିକୁଳିପଦର ରାସ୍ତାରେ ଚଢ଼ାଉ କରି ଟ୍ରକ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଟ୍ରକରୁ ୧୯ ବସ୍ତା ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ଏହି ଚାଲାଣରେ ଟ୍ରକକୁ ସୁରକ୍ଷା ଦେଇ ନେଉଥିବା ଏକ କାରକୁ ମଧ୍ୟ ପୋଲିସ ଜବତ କରିଛି । ଅଭିଯୁକ୍ତ ମାନେ ଆର.ଉଦୟଗିରି ଅଞ୍ଚଳରୁ ଗଞ୍ଜେଇ ନେଇ ଉତର ପ୍ରଦେଶର ଆଗ୍ରା ଅଞ୍ଚଳକୁ ଚାଲାଣ କରୁଥିବା ମୋହନା ପୋଲିସ କୁ ଏହି ସଫଳତା ମିଳିଛି । ଆସନ୍ତାକାଲି ଏହି ଅଭିଯୁକ୍ତ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ