କାର ଓ ବାଇକ ମଧ୍ୟରେ ଧକ୍କା ଜଣେ ମୃତ ଜଣେ ଗୁରୁତର

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଇନ୍ଦ୍ରାବତୀ ପୋଲ ନିକଟରେ କାର ଓ ବାଇକ ମଧ୍ୟରେ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।ମୃତକ ବାଇକ ଆରୋହୀ ଜଣକ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପଖନାଗୁଡା ଗାଁର ଜଗବନ୍ଧୁ ଗୌଡ଼ ବୋଲି ସୂଚନା ମିଳିଛି । ବାଇକରେ ଥିବା ତିନିଜଣ ବ୍ୟକ୍ତି ନିଜ କାମ ସାରି ନବରଙ୍ଗପୁର ରୁ ଜୟପୁର ଅଭିମୁଖେ ଯାଉଥିବାବେଳେ ଜୟପୁରରୁ ନବରଙ୍ଗପୁର ଅଭିମୁଖେ ଆସୁଥିବା ଏକ କାର ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ଏବଂ ବାଇକରେ ଥିବା ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଉଭୟ ଆହତଙ୍କୁ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କାର ଚାଳକ ସମ୍ବନ୍ଧରେ କୌଣସି ସୂଚନା ମିଳିପାରିନାହିଁ କାରଟି ଘଟଣା ସ୍ଥଳରେ ରହିଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ