କାର ଗାଡ଼ିରେ ଶ୍ୱାସରୁନ୍ଧ ହୋଇ ନାବାଳକ ମୃତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କାରଗାଡି ଭିତରେ ଶ୍ୱାସ ରୁନ୍ଧ ହୋଇ ଏକ ୫ ବର୍ଷର ନାବାଳକ ର ମୃତ୍ୟୁ ଘଟିଛି। ଏହି ପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ହଳନ୍ଧଖୋଳା ଗ୍ରାମରେ । ଖବର ଅନୁସାରେ ପଥରାପଲି ଗ୍ରାମର ସାଇକୃଷ୍ଣ ଙ୍କ ପରିବାର ଲୋକେ ହଳନ୍ଧଖୋଳା ଗ୍ରାମର ସୀମାଞ୍ଚଳ ପ୍ରଧାନ ଙ୍କ ଘରକୁ ଦଶାକାର୍ଯ୍ୟ ରେ ଯୋଗ ଦେବାକୁ ଆସିଥିଲେ। ପରିବାର ଲୋକେ ଦଶାକାର୍ଯ୍ୟ ରେ ବ୍ୟସ୍ତ ଥିବା ବେଳେ ପୁଅ ହଠାତ କୁଆଡେ ଗାୟବ ହୋଇଯାଇଥିଲା। ଘର ଲୋକେ ବହୁ ଖୋଜା ଖୋଜି କରିବା ପରେ ଏକ କାର ଭିତରେ ଅଚେତ ଅବସ୍ଥାରେ ପଡିଥିବାର ଦେଖିଥିଲେ। ଫଳରେ ଅଚେତ ଅବସ୍ଥାରେ ସାଇକୃଷ୍ଣ କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ଆଣାଯାଇଥିଲା ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ରେ ତାରାସିଂ ପୋଲିସ ଦ୍ୱାରା ୮/୨୦୨୦ ଏକ ମାମଲା ରୁଜ୍ଜୁ କରାଯାଇଛି l


