କାର ଚଳାଇବା ଶିଖିବା ବେଳେ ଦୁର୍ଘଟଣା ଅଳ୍ପକେ ବର୍ତିଲେ ଯୁବକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ନିକଟସ୍ଥ ମହନଳା ଛକ ନିକଟରେ କାର ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି। କାର୍ ଚଳାଇବା ଶିଖିବା ମହଙ୍ଗା ପଡ଼ିଛି।ପାଟପୁର ଗାନ୍ଧିଛକ ର ଜଣେ ଯୁବକ ଗାଡି ଶିଖୁଥିବା ବେଳେ ଆସାବଧାନତା ଭାବେ ମଦ୍ୟପାନ କରି ଗାଡି ଚଳାଇବା ପରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି।ମହନଳା ଛକ ରୁ କାର ଟି ସାନଖେମୁଣ୍ଡି ବ୍ଲକ ଅଭିମୁଖେ ଦୃତବେଗ ରେଯାଉଥିବା ବେଳେ ଗଛ କୁ ଧକ୍କା ଦେଲା ଧଳା ରଙ୍ଗର କାର। ଗ୍ରହଣ ଯୋଗୁଁ ରାସ୍ତା ଘାଟରେ କେହି ଯାତାୟତ କରୁନଥିଲେ ଯାହାଫଳରେ ବହୁତ ବଡ଼ ଦୁର୍ଘଟଣା ରୁ ବାର୍ତ୍ତିଯାଇଛି। ଗଛ କୁ ଧକ୍କା ଦେଇ କାର ଟି ଅଟକି ଯାଇଥିଲା । କାର ଆଗ ଭାଗ ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।।କିଛି ସମୟ ପାଇଁ ସ୍ଥାନୀୟ ଲୋକମାନଙ୍କ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା।


