କାର ଚାପାରେ ୪ ବର୍ଷର ଶିଶୁ ମୃତ

ମୟୂରଭଞ୍ଜ,(ଯୁଗାବ୍ଦ ନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ପାଶନା ପଂଚାୟତ ଗାଁ ମୁଣ୍ଡ ସ୍କୁଲ ପାଖରେ ଆଜି  ଅପରାହ୍ନରେ କାର ଚାପାରେ ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି ।ମୃତକ ଶିଶୁର ପରିଚୟ ପାଟନା ଗ୍ରାମର ବାବୁଲା ନାଏକ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାସ୍ତା କଡରେ ଏକ କୁଣ୍ଡା ଗଛ ନିକଟରେ ଛିଡା ହୋଇଥିବା ବେଳେ ଗାଁ ଭିତରୁ ଏକ ଘରୋଇ କାର ଓଡି ୧୧ଇ୫୮୮୩ ଦ୍ରୁତଗତିରେ ଆସି  ଶିଶୁଟିକୁ  ଧକ୍କା ଦେଇଥିଲା । ଏହା ପରେ ସଂଗେ ସଂଗେ ଚାଳକ ବାପା ଓ ଶିଶୁଟିକୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତିକରିବା ସହ ରାଇରଙ୍ଗପୁର ଥାନାରେ ଗାଡିଟିକୁ ରଖି ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଛି । ଖବର ପାଇ ସ୍ଥାନୀୟ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି, ଜାମଦା ବ୍ଲକର ଅଧ୍ୟକ୍ଷା ମାଳତୀ ଆଳଦା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଜୁ ଗୋପାଲ ଗୋପ, ବରିଷ୍ଠ ବିଜେଡି ନେତା ସୁବାଷ ମଣ୍ଡଳ,ଡୁମୁକା ହେମ୍ବ୍ରମ ଏବଂ ଅନ୍ୟ ନେତୃବୃନ୍ଦ ରାଇରଙ୍ଗପୁର ଡାକ୍ତରଖାନାରେ ପହଞ୍ଚି ମୃତକପରିବାରଙ୍କୁ ସାନ୍ତ୍ଵନା ଦେବାସହ ଉପଜିଲ୍ଲାପାଳଙ୍କ ପାଖରେ ୨୫,୦୦୦ଟଙ୍କା ସହାୟତା ରାଶି ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ବୁଧବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ