କାର ଦୁର୍ଘଟଣା :ଅଳ୍ପକେ ବର୍ତ୍ତିଲେ ଚାଳକ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଜାମୁଝୋରି ନିକଟରେ ଭୂବନେଶ୍ୱର ରୁ ଫୁଲବାଣୀକୁ ଆସୁଥିବା ଏକ ମହିନ୍ଦ୍ରା ଏକ୍ସୟୁଭି କାର୍ ନଂ ଓଡି ୧୨ ଏ ୮୧୧୧ ବୁଧବାର ସକାଳ ସାତଟା ବେଳେ ଭାରସାମ୍ୟ ହରାଇ ରାସ୍ତା ରୁ ପ୍ରାୟ ପନ୍ଦର ଫୁଟ ଦୂରକୁ ଓଲଟି ପଡ଼ିଥିଲା।ଗାଡ଼ି ଟି ଫୁଲବାଣୀ ସହରର ବିଶ୍ୱ ବିକାଶ ପାଣିଗ୍ରାହୀଙ୍କର ହୋଇଥିବା ବେଳେ ସେ ନିଜେ ଗାଡି ଚଳାଉଥିବା ଜଣାପଡ଼ିଛି । ଦୁର୍ଘଟଣାରେ ତାଙ୍କର କୌଣସି କ୍ଷତି ହୋଇ ନଥିବା ବେଳେ ଗାଡ଼ିଟି ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି ।


