କାର ଦୂର୍ଘଟଣାରେ ପରିବାରର ୪ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ଛକ ନିକଟରେ ଶନିବାର ଅପରାହ୍ନରେ ଏକ କାର୍ (କେଏ୦୪ଏମଏମ ୩୭୯୩) ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଶ୍ରୀରାମ ନଗର ଅଂଚଳର ଏସ ମାଝି, ତାଙ୍କ ସ୍ତ୍ରୀ ଏସ. ପାର୍ବତୀ, ପୁଅ ଏସ. ସିଦ୍ଧାର୍ଥ ଓ ଝିଅ ଏସ. ସ୍ୱାତୀ । ପରିବାର ସଦସ୍ୟ ଶନିବାର ଅପରାହ୍ନରେ କୌଣସି କାମରେ କାର ଯୋଗେ ଆସିକା ଅଭିମୂଖେ ଯାଉଥିବା ବେଳେ ଚୈତନ୍ୟପଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍ ଏକ ଗଛକୁ ଧକ୍କା ଦେଇ ବିଲ ମଧ୍ୟକୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରକାନାରେ ଭର୍ତି କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଘଟଣାର ତଦନ୍ତ ଚଲାଇଛି । ଖବର ଲେଖା ହେବା ସୁଦ୍ଧା ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି ।