କାର ଧକାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଆଜି ଭୋର ୪ ସମୟରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ଏକ କାର ଧକାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି | ସକାଳ ସମୟରେ ଗଜାନନ ଗଳିରେ ବୃଦ୍ଧା ଜଣକ ଶୌଚ ପାଇଁ ଯାଉ ଥିବା ବେଳେ ଏକ ମହେନ୍ଦ୍ରା ମରାଜୋ (ଓଡି ୦୭ ଏବି-୧୫୧୨) ଗାଡି ପଛରୁ ଧକ୍କା ଦେଇଥିଲା |ଫଳରେ ବୃଦ୍ଧା କାଞ୍ଚନ ବେହେରା(୬୨) ଘଟଣା ସ୍ଥଳରେ ମୃତ୍ୟୁ ବରଣ କରି ଥିଲେ ସ୍ଥାନୀୟା ଲୋକ ଘଟଣା ସ୍ଥଳରେ ପହଂଚି ପୋଲିସ କୁ ଖବର ଦେଇଥିଲେ , କିନ୍ତୁ ଚିନ୍ତା ର ବିଷୟ ପୋଲିସ ଷ୍ଟେସନ ମାତ୍ର ୪୦୦ ମିଟର ଦୂରରେ ଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଂଚି ନଥିବାରୁ କିଛି ସମୟ ପାଇଁ ସେଠାରେ ଚାପା ଉତ୍ତେଜନା ଦେଖା ଯାଇ ଥିଲା,ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି |