କାର ଧକ୍କାରେ କଲେଜ ଛାତ୍ର ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗୁରୁବାର ଅପରାହ୍ନରେ ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ବିଜ୍ଞାନ ସ୍ଵୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଏକ କାର ଧକ୍କାରେ ଜଣେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ସଂପୃକ୍ତ ମହାବିଦ୍ୟାଳୟର +୩ ଦ୍ବିତୀୟ ବର୍ଷ ଛାତ୍ର ତଥା ସ୍ଥାନୀୟ ପୌରାଞ୍ଚଳ ଥାନାତୋଟା ସାହିର ସୁମନ ସାହୁ (୧୯) । ଉପସ୍ଥିତ ସହପାଠୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୂର୍ଘଟଣା ଘଟାଇ କାରଟି କ୍ଷିପ୍ର ଗତିରେ ବ୍ରହ୍ମପୁର ଅଭିମୁଖେ ଚମ୍ପଟ ମାରିବାରେ ସକ୍ଷମ ହୋଇଛି । ଘଟଣା ପରେ କଲେଜ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତକ୍ଷିପ୍ତ ଛାତ୍ର ମାନଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା । ଖବର ଲେଖ ହେବା ସୁଦ୍ଧା ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ ।


