କାର ଧକ୍କାରେ ଦୁଇ ଗୁରୁତର

ଛତ୍ରପୁର,(ଦେବଦତ୍ତ ମହାରଣା) : କାର ଧକ୍କାରେ ଦୁଇ ଜଣଗୁରୁତର ଅବସ୍ଥା ଛତ୍ରପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ମାନେ ହେଲେ ଛତ୍ରପୁର ରିକାପଲ୍ଲୀ ଅଂଚଳ ଦିବାକର ବେହେରା ଓ ଡି.ସୁରେଶ ରେଡ୍ଡୀ । ସେମାନେ କହିବା ଅନୁସାରେ ରବିବାର ସନ୍ଧ୍ୟାରେ ଏକ ବାଇକ୍ ଯୋଗେ ଦିବାକର ଓ ଡି.ସୁରେଶ କାଳିଆବାଲି ଅଭିମୂଖେ ଯାଉଥିବା ବେଳେ ମା ଉଜ୍ୱେଳେଶ୍ୱରୀ ଓ ନାଜିର ପେଟ୍ରୋଲ ପମ୍ପ ନିକଟ ଜାତୀୟ ପଥରେ ତୀବ୍ରଗତିରେ ଏକ କଳା ରଙ୍ଗର କାର ଆସି ବାଇକ୍ ର ପଛପଟୁ ଧକ୍କା ଦେଇ ବ୍ରହ୍ମପୁର ଅଭିମୂଖେ ଚାଲିଯାଇଥିଲା । କାର ଧକ୍କା ଦେବା ଫଳରେ ଉଭୟ ବାଇକରୁ ଛିଟିକି ହୋଇ ରାସ୍ତାରେ ପଡିଯାଇଥିଲେ । ଯାହାଫଳରେ ସେମାନେ ଗୁରୁତର ଆହାତ ହୋଇଥିଲେ । ଆହାତ ଅବସ୍ଥାରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସର ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ମୁଣ୍ଡକୁ ଗଭୀର ଆଘାତ ଲାଗିଥିବା ବେଳେ ଦିବାକର ବେହେରା ଙ୍କ ପଞ୍ଜରା ହାଡ କୁ ଶକ୍ତ ଆଘାତ ଲାଗିଥିବା ଜଣାପଡଛିି । ଏହି ଦୁଇ ଗୁରୁତର ମାନଙ୍କୁ ଦେଖିବା ନିମନ୍ତେ ଛତ୍ରପୁର ସହର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଚିକିତ୍ସାଳୟରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ