କାର ଧକ୍କାରେ ବାଇକ ଅରୋହି ମୃତ; ଜଣେ ଗୁରୁତର
ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖପୁରୀପଟା ଗାଁ ନିକଟରେ କାର ( ଓଡ଼ି୦୨ପି୦୦୫୦)ଧକ୍କା ରେ ବାଇକ (ଓଡ଼ି୦୭ଏକ୍ସ୧୬୬)୮ ଆରୋହୀର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବ ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଜଣକ ହେଲେ, ଆର.ଉଦୟଗିରି ଥାନା ଖମ୍ବାରିସାହିର ଶକ୍ତି ଜେନା(୨୨) ଓ ଆହତ ଜଣକ ହେଲେ, ଚାନ୍ଦିପୁଟ ଗାଁର ଇଶାକ ବିଶୋଇ(୧୯) । ଦୁହେଁ ବାଇକ ଯୋଗେ ମହେନ୍ଦ୍ରଗଡ଼ରୁ ଚାନ୍ଦିପୁଟ ଗାଁକୁ ଫେରୁଥିବା ବେଳେ ଖପୁରିପଟା ନିକଟରେ ସାମ୍ନା ପଟୁ ଆସୁଥିବା କାରଟି ବାଇକକୁ ଧକ୍କା ଦେଇଥିଲା |ଫଳରେ ବାଇକ ଅରହିର ମୃତ ଘଟିଛି | ସ୍ଥାନୀୟ ଲୋକେ ଆହତ ଯୁବକକୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତି କରିବା ପରେ ଜଣକ ସ୍ୱାସ୍ଥ୍ୟବସ୍ଥା ଗୁରୁବାର ଥିବାରୁ ଆହାତ ଯୁବକକୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଜରିରଖିଛି । ଘଟଣା ସ୍ଥଳେ ମୋହନା ପୋଲିସ ପହଞ୍ଚି ଦୁଇ ଗାଡ଼ି କୁ ମଧ୍ୟ ଜବତ କରିଛି କାର ମଧ୍ୟ ରେ କିଏ ନଥିବା ଜଣା ପଡ଼ିଛି |