କାର ଧକ୍କାରେ ବାଇକ ଚାଳକ ଗୁରୁତର
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ନିକଟସ୍ଥ ନୂଆଗାଁ ବ୍ରିଜ ନିକଟରେ କାର ଧକ୍କାରେ ବାଇକ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ପୋଚାଲୁଣ୍ଡି ଗ୍ରାମର ଶିବରାମ ନାୟକ (୨୩) । ସୂଚନା ପ୍ରକାରେ, ବୁଧବାର ସକାଳ ସମୟରେ ଶିବରାମ ଓ ତାର ସାଙ୍ଗ ନୂଆଗାଁ ଅଭିମୁଖେ ଆସୁଥିବା ବେଳେ ସାମ୍ନା ପଟୁ ଏକ କାର ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେବା ଫଳରେ ଶିବରାମ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ କାର ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି।


