କାର- ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ମଙ୍ଗଳବାର ଅପରାହ୍ନରେ ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଶ୍ୟାମଳାଇ ଛକ ନିକଟରେ କାର(ଜିଜେ୦୫ଜେଇ ୭୮୯୨)ସହ ବଜାଜ ବକ୍ସର ବାଇକ(ଓଆର୦୭ଏଫ ୮୦୨୩)ର ମୁହାଁମୁହିଁ ଧକ୍କା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ମିଟୁ ବେହେରା(୩୦) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧ୍ଖଳ ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଉଭୟ ଗାଡ଼ିକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଥାଉକି, ବାଇକ ଚାଳକ ବୁରୁପୋଡ଼ା ଗ୍ରାମରୁ ଶ୍ୟାମଳାଇ ଛକକୁ ଆସୁଥିବା ବେଳେ କାରଟି ବ୍ରହ୍ମପୁର ଠାରୁ ଶେରଗଡ଼ ଅଭିମୁଖେ ଯାଉଥିବା ବେଳେ ଶ୍ୟାମଳାଇ ଛକ ନିକଟରେ ମୁହାଁମୁହିଁ ଧକ୍କା ଘଟିଥିଲା ।