କାର-ବାଇକ ମୁହାଁମୁହିଁ ଧକ୍କା ଦୁଇ ଭାଇଙ୍କ ମୃତ୍ୟୁ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦରଥାନା ଅନ୍ତର୍ଗତ ବିଶିପଡା ଗାଁ ବୁଲାଣି ନିକଟରେ କାର -ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ରେ ଯାଉଥିବା ଦୁଇଭାଇଙ୍କ ଶୋଚନୀୟ ମୃତ୍ୟୁ ଘଟିଛି lମୃତକ ହେଲେ ଗୋଚ୍ଛାପଡା ଅଲିଗଡ଼ ଗାଁ ର ନରେଶ ବଗାର ଓ ପ୍ରଦୀପ ବଗାର l ଏହି ଦୁଇଭାଇ ବାଇକରେ ଫୁଲବାଣୀ ଆସି ନୂଆ ମୋବାଇଲ କିଣି ଜଳଖିଆ ଖାଇ ନିଜ ଗାଁକୁ ଫେରୁଥିବା ବେଳେ ସଦର ଥାନା ନିକଟରେ ଦିନ ବାରଟା ବେଳେ ଦ୍ରୁତ ଗତିରେ ବାଲିଗୁଡା ଆଡୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ କାର ନଂ. ଓଡି-୧୪ଏ -୮୮୯୭ ସହ ବାଇକ ନଂ. ଓଡି-୧୨ବି -୮୨୧୧ ର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ବାଇକରେ ଆସୁଥିବା ଦୁଇ ଭାଇଙ୍କ ପ୍ରାଣ ଚାଲିଯାଇଥିଲା l ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଦୁଇ ଭାଇଙ୍କୁ ଉଦ୍ଧାରକରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ l ସେଠାରେ କିନ୍ତୁ ଡ଼କ୍ଟର ଦୁଇ ଭାଇ ଙ୍କୁ ମୃତ ଘୋଷଣା କରିଥିଲେ l ଏ ସଂକ୍ରାନ୍ତରେ ତଦନ୍ତ ଅବ୍ୟାହତ ଥିବା ବିଷୟ ସଦର ଥାନା ଅଧିକାରୀ ପ୍ରକାଶ କରିଛନ୍ତି l


