କାର ସହ ଅଟୋ ମୁହାଁମୁହିଁ ଧକ୍କା : ୪ ଆହତ ଜଣେ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଅଡବା ଥାନା ଅନ୍ତର୍ଗତ କରଚବାଡି ପଞ୍ଚାୟତ ଅଧିନ ଶୁଖିଲାଆମ୍ବ ଛକ ବୁଲାଣୀ ଠାରେ ମୋହନାରୁ ଗୁଲୁବା ଯାଉଥିବା ଏକ ଯାତ୍ରୀବାହୀ ଅଟୋ ନମ୍ବର ଏପି ୩୦ଟିବି ଠଠ୭୬ ସହ ଅପରପାର୍ଶ୍ଵ ମାଣ୍ଡିମେରା ଗ୍ରାମରୁ ମୋହନା ଆସୁଥିବା ଏକ କାର ନମ୍ବର ଓଆରଠ୨ ଏଡବ୍ଲ୍ୟୁ ୮୧୮୧ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଅଟୋରେ ବସିଥିବା ଯାତ୍ରୀ ଢ଼େପାଲାଞ୍ଜୁ ଗ୍ରାମର ନନ୍ଦିନୀ କାର୍ଯୀ, ତୁଳସୀ କମାର, ପଲ୍ଲୀ ଗଜପତି ଗାଁର ସୁମିତ୍ରା ନାୟକ ଓ ଜଣେ ଶିଶୁ ଆହତ ହୋଇଥିବା ବେଳେ  ଗୁଲୁବା ଗ୍ରାମର ଅଟୋ ଚାଳକ ଜିତୁ ବିନ୍ଧାଣୀ ଗୁରୁତର ଆହତ ହୋଇଛନ୍ତି । ଆହାତ ମାନଙ୍କୁ ଏକ ଅଟୋ ଯୋଗେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଛି । ଦୁର୍ଘଟଣାରେ ଯାତ୍ରୀଙ୍କର ହାତ, ଗୋଡ ଓ ଛାତିରେ ଆଘାତ ଲାଗିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ