କାଲକତାରେ ଶିଳ୍ପୀ ପଞ୍ଚାନନ ସାମଲଙ୍କ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : କିଛିମାସ ପୂର୍ବରୁ ଓଡ଼ିଶାରେ ବାତ୍ୟା ‘ଫନି’ ଯେଉଁ ଧ୍ୱଂସଲୀଳା ରଚିଥିଲା ତାହାର ଭୟଙ୍କର ଦୃଶ୍ୟ ଆମ ମାନସଟରୁ ଏପର୍ଯ୍ୟନ୍ତ ଲିଭିନାହିଁ । ଏହି ଦୃଶ୍ୟପଟକୁ ନେଇ ଚିିତ୍ରଶିଳ୍ପୀ ପଞ୍ଚାନନ ସାମଲ ତଥା ଧଉଳି •ରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ତିନୋଟି ସମସାମୟିକ ସୃଜନଶୀଳ ଚିତ୍ରକଳା କୋଲକତା ବିର୍ଲା ଏକାଡ଼େମୀ ଅଫ ଆର୍ଟ ଆଣ୍ଡ କଲଚରଠାରେ ରାହା କ୍ରିଷ୍ଟି ଫାଉଣ୍ଡେସନ ଆନୁକୂଲ୍ୟରେ ଏକ ଜାତୀୟ ଚିତ୍ରକଳା ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଯାଇଛି । ପ୍ରଦର୍ଶିତ ଚିତ୍ରଗୁଡ଼ିକ ମଧ୍ୟରୁ ଦୁଇଟି ଚିତ୍ରର ଶୀର୍ଷକ ‘ଫନି’ ଥିବାବେଳେ ଅନ୍ୟ ଚିତ୍ରଟିର ଶୀର୍ଷକ ଥିଲା ‘ଭୟ’ । ଚିତ୍ର ତିନୋଟିରେ ଗତ ଫନି ବାତ୍ୟାର ଭୟଙ୍କର ବିଭୀଷିକାକୁ ସୃଜନଶୀଳ ଢଙ୍ଗରେ ଉପସ୍ଥାପନ କରିଥିଲେ ଶିଳ୍ପୀ ଶ୍ରୀ ସାମଲ । ଶ୍ରୀ ସାମଲଙ୍କ ସହ କୋଲକତା, ନୂଆଦିଲ୍ଲୀ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶର ଚିତ୍ରଶିଳ୍ପୀମାନେ ଏହି ପ୍ରଦର୍ଶନୀରେ ନିଜ ନିଜ ଚିତ୍ର, ଭାସ୍କର୍ଯ୍ୟ ଓ ଫଟୋଗ୍ରାଫି ପ୍ରଦର୍ଶନ କରିଥିଲେ । ଉକ୍ତ ପ୍ରଦର୍ଶନୀରେ ପଞ୍ଚାନନଙ୍କ ଚିତ୍ର ଉକ୍ରୃଷ୍ଟ ଚିତ୍ର ବୋଲି ବିବେଚିତ ହେବା ସହ ପ୍ରଦର୍ଶନୀର ଉଦ୍ଘାଟନୀ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମସାମୟିକ ଚିତ୍ରକଳା ପ୍ରଦର୍ଶନୀଟି ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ