କାଲିଠାରୁ ଚାଲିବ ଘରୋଇ ବସ୍

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ସାରା ରାଜ୍ୟରେ ଘରୋଇ ବସ ଚଳାଚଳ କରିବ । ବୁଧବାର ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦଫାରେ ଗୁରୁବାର ଠାରୁ କିଛି ବସ ଚଳାଚଳ କରିବ । ପୂରା ମାତ୍ରାରେ ବସ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ୩ମାସର ରୋଡ୍ ଟାକ୍ସ ଓ ୬ମାସର ବ୍ୟାଙ୍କ ଲୋନ୍ ଛାଡ ପାଇଁ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଥିଲା ।
ଏଥିସହ ବସ୍ କର୍ମଚାରୀଙ୍କ ଇନସୁରାନ୍ସ କରିବାକୁ ମଧ୍ୟ ଦାବି କରାଯାଇଥିଲା । । ଏସବୁ ଉପରେ ସରକାର ନିଷ୍ପତି ନେଲେ ଯାଇ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ସଂଘ ସୂଚନା ଦେଇଥିଲା । ସେପଟେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ ଯେ, ଯେ, ୩ ମାସର ରୋଡ୍ ଟାକ୍ସ ଛାଡ ପାଇଁ ସରକାର ରାଜି ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ