କାଲିଠୁ ସାରା ରାଜ୍ୟରେ ଚାଲିବ ବସ

ଭୁବନେଶ୍ବର :(ୱାଇଏନ୍‌ଏସ୍) : କରୋନା କଟକଣାକୁ ଦୃଷ୍ଟିରେ ରଖି ‘ଏ’ କାଟାଗୋରୀରେ ଥିବା ୨୦ଟି ଜିଲ୍ଲାରେ ମଧ୍ୟରେ ବସ ଚଳାଚଳ କରୁଥିବା ବେଳେ ଆସନ୍ତା କାଲି ଠାରୁ ସମସ୍ତ ଜିଲ୍ଲାରୁ ଜିଲ୍ଲାକୁ ବସ ଚଳାଚଳ କରିବ। ତେବେ ବସରେ ଯେ‌ତିକି ସିଟ ରହିଥିବ ସେତିକି ଲୋକଙ୍କୁ ନେଇ କୋଭିଡ କଟକଣା ମାନି ବସ ଚଳାଚଳ କରିବ।‌ସେହିପରି ଆନ୍ତଃରାଜ୍ୟକୁ ବସ ଚଳାଚଳ କରି ପାରିବ ନାହିଁ। ଅନ୍ୟ ରାଜ୍ୟକୁ ବସ ଯିବ ନାହିଁ କି ବାହାର ରାଜ୍ୟରୁ କୌଣସି ବସ ଓଡ଼ିଶାରେ ପ୍ରବେଶ କରି ପାରିବ ନାହିଁ। ଏଥିସହିତ ପୁରୀରେ ରଥଯାତ୍ରା ଚାଲୁଥିବାରୁ ଜୁଲାଇ ୨୫ପର୍ଯ୍ୟନ୍ତ ପୁରୀକୁ ବସ ଚଳାଚଳ ହେବ ନାହିଁ। ଏହି ସମୟ ମଧ୍ୟରେ ପୁରୀ୍କୁ କୌଣସି ବସ ଯିବାର ଅନୁମତି ନଥିବା ବେଳେ ପୁରୀରୁ ବି କୌଣସି ବସ ଆସିବ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ