କାଲିପଲ୍ଲୀ ନିକଟରେ ପ୍ରସ୍ତାବିତ ଦୀପକ ଫର୍ଟିଲାଇଜର ନାମକ ରାସାୟନିକ କମ୍ପାନୀ ବନ୍ଦ କରିବା ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା):କାଲିପଲ୍ଲୀ ନିକଟରେ ପ୍ରସ୍ତାବିତ ଦୀପକ ଫର୍ଟିଲାଇଜର ନାମକ ରାସାୟନିକ କମ୍ପାନୀ ବନ୍ଦ କରିବା ଦାବି ନେଇ ଅଞ୍ଚଳର ପ୍ରଭାବିତ ୨୦ ଖଣ୍ଡ ଗ୍ରାମବାସୀଙ୍କୁ ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଏକ ପ୍ରତିବାଦ ସଭା ସ୍ଥାନୀୟ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି l ପ୍ରସ୍ତାବିତ ଦୀପକ ଫର୍ଟିଲାଇଜର କମ୍ପାନୀ ତୁରନ୍ତ ବନ୍ଦ କରିବା ସମେତ ଶ୍ରମିକ ମାନଙ୍କୁ ଅତ୍ୟାଚାର କଲେ ଚଳିବ ନାହିଁ, ଜିଲ୍ଲା ପ୍ରଶାସନ ର ମନମୁଖୀ କାର୍ଯ୍ୟ ସହିତ ପୋଲିସ ର ଗୁଣ୍ଡାରାଜ କୁ ବନ୍ଦ କରିବା ନାରାବାଜି ଦେଇ ହାତରେ ବିଭିନ୍ନ ଫ୍ଲାଗକାର୍ଡ ଧରି ପ୍ରଭାବିତ ୨୦ ଖଣ୍ଡ ଗ୍ରାମର ମହିଳା ପୁରୁଷ ମାନେ ଏକ ଶୋଭାଯାତ୍ରା ରେ ସ୍ଥାନୀୟ ଉପର ବସ ଷ୍ଟାଣ୍ଡ ଠାରୁ ଛତ୍ରପୁର ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଂଚି ପ୍ରତିବାଦ କରିଥିଲେ l ଏଥିରେ ସାମାଜିକ କର୍ମୀ କୈଳାସ ମିଶ୍ର, ରାଜେନ୍ଦ୍ର ଦଳ ବେହେରା, ସୁଧାଂଶୁ ପଣ୍ଡା, ସରତ ଚନ୍ଦ୍ର ପଣ୍ଡା, ଗୁରୁ ଚରଣ ପାତ୍ର, ରବୀନ୍ଦ୍ର କୁମାର ରାଉତ ରାୟ, ସୂର୍ଯ୍ୟ ନାରାୟଣ ବେହେରା, ଗୁରୁଦେବ ବେହେରା, ମୋହନ ପାତ୍ର, ଭୀମ ବେହେରା, ଏନ ଜଙ୍ଗମାୟା, କାଲିପଲ୍ଲୀ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପଦ୍ମ ଚରଣ ସାହୁ , ଲମ୍ବୋଦର ରେଡ୍ଡୀ, ଏନ. ଚିନ୍ନେୟା ଙ୍କ ସମେତ ବହୁ ରାଜନେତା ମାନେ ଯୋଗ ଦେଇ ପ୍ରସ୍ତାବିତ କମ୍ପାନୀ କୁ ତୁରନ୍ତ ବନ୍ଦ କରିବା ଦାବି କରିବା ସହିତ ଆଇ ଆର ଇ ଏଲ କମ୍ପାନୀ ପରିସରରେ ଥିବା ମୋନା ଯାଇଟ ପ୍ଲାଣ୍ଟ କୁ ତୁରନ୍ତ ବନ୍ଦ କରିବା ନିମନ୍ତେ ଦାବି କରିଛନ୍ତି lଲ ଏହା ସହିତ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଙ୍କୁ ପ୍ରଦାନ କରିଛନ୍ତି l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ