କାଲିମେଘି ପଞ୍ଚାୟତରେ ମୋ ଗାଁ ରେ ତହସିଲ ଶିବିର

କୋଦଳା , (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାରଙ୍କ ୫-ଟି ଓ ମୋ ସରକାରରେ ପ୍ରତେକଟି ଯୋଜନା ଓ ଲୋକାଭିମୁଖୀ କାର୍ଯ୍ୟ ମଧ୍ୟରେ ମୋ ଗାଁ ରେ ତହସିଲ ଶିବିର ଅନ୍ୟତମ । ଏହି କାର୍ଯ୍ୟକ୍ରମ ମାଧ୍ୟରେ ଲୋକମାନେ ନିଜ ପଞ୍ଚାୟତରେ ରାଜସ୍ବ ବିଭାଗର ସମସ୍ତ ସେବା ପାଇବା ସହ ରାଜସ୍ବ ବିଭାଗରେ ଥିବା ମାମଲା ଗୁଡିକର ମଧ୍ୟ ତୁରନ୍ତ ଫଇସଲା କରାଯାଇଥାଏ । ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ସୋମବାର ବେଗୁନିଆପଡ଼ା ବ୍ଳକ କାଲିମେଘି ପଞ୍ଚାୟତ ଠାରେ ଏହି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ପଣ୍ଡା,କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା,ଅତିରିକ୍ତ ତହସିଲଦାର ଅଶୋକ ତ୍ରିପାଠୀ,କାଲିମେଘି ସରପଞ୍ଚ ମମତା ପୋଲାଇ, ଆର ଆଇ ଲକ୍ଷ୍ମୀଶ୍ରୀ ମହାରଣା, ରେଭେନ୍ୟୁ ସୁପରଭାଇଜର ମୀନକେତନ ଶବର ପ୍ରମୁଖ ଯୋଗ ଦେଇଥିଲେ। ଜନସାଧାରଣ ବିଭିନ୍ନ ସେବା ପାଇବା ପାଇଁ ତହସିଲ କାର୍ଯ୍ୟଳୟକୁ ବାରମ୍ବାର ଦୌଡୁଥିବା ବେଳେ ସଠିକ୍ ସମୟରେ ସେବା ନ ପାଇ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ ଏବେ ଆଉ ତହସିଲକୁ ଦୌଡ଼ିବାକୁ ପଡିବ ନାହିଁ। ଗରିବ ତଥା ଭୂମିହୀନ ଲୋକମାନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଘରଡିହ ପ୍ରଦାନ, ବିଭିନ୍ନ ପ୍ରକାରର ମ୍ୟୁଟେସନ, ଇ ପାଉତି, ମିସଲେନିଅସ୍ ସାର୍ଟିଫିକେଟ ପ୍ରଦାନ, ଗ୍ରାମକଣ୍ଠ, ଓ ଏଲ୍ ଆର୍ ୮ ଏ ପ୍ରଭୃତିର ସୁବିଧା ସୁଯୋଗ ସରକାରଙ୍କ ନିୟମ ଅନୁସାରେ ଉଚିତ୍ ସମୟ ମଧ୍ୟରେ ସେବା ଯୋଗାଇଦେବା ପାଇଁ ଏହି କାର‌୍ୟ୍ୟକ୍ରମ ହାତକୁ ନିଆଯାଉଛି ବୋଲି ତହସିଲଦାର ମତବ୍ୟକ୍ତ କରିଥିଲେ।ଏଥିସହ ଫାୟାର ଷ୍ଟେସନ ପୋଲିସ,ତହସିଲ କାର‌୍ୟ୍ୟାଳୟର ସମସ୍ତ ଷ୍ଟାଫ ଓ ମେଡିକାଲ କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ