କାଲିମେଳା ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ପାଳନ ସହିତ ବ୍ଲକ ଗେଟରେ ମାରିଲେ ତାଲା

ମାଲକାନାଗିରି,(ଡଃ ଶିବ ନାରାୟଣ ପାତ୍ର): ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ପଞ୍ଚାୟତ ସମିତି ର ଗୋଷ୍ଠି ଉନ୍ନୟନ୍ନ ଅଧିକାରୀ ପ୍ରଦୀପ କୁମାର କର ଙ୍କ ମନମୁଖୀ କାର୍ଯ୍ୟ କଳାପ ପ୍ରତିବାଦରେ ଆଜି କାଲିମେଳା ବ୍ଲକ ରେ ବନ୍ଧ ଡାକରା ଦିଆଯାଇଛି । ଏ ନେଇ କାଲିମେଳା ବ୍ଲକ ସଦରମହକୁମା ର ଦୋକାନ ବଜାର ଏବଂ ଅଖ ଛକ ସବୁ ବନ୍ଦ କରାଯାଇଛି ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ପର୍ଯ୍ୟନ୍ତ । ପୂର୍ଵ ରୁ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ଙ୍କୁ ଅନ୍ୟତ୍ର ବଦଳି ଦାବି ନେଇ ୨୩ ଗ୍ରାମ ପଞ୍ଚାୟତ ଜନପ୍ରତିନିଧି ମାନେ ଲିଖିତ ଗତ ଏପ୍ରିଲ ମାସ ୧୧ ତାରିଖ ରେ ଅଭିଯୋଗ ଜିଲ୍ଲାପାଳ ପ୍ରକୋଷ୍ଟ ଦେଇଥିଲେ ଓ ସ୍ଥାନୀୟ ବିଧାୟକ ଙ୍କୁ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ! ଅଭିଯୋଗ ପାଇ ଜିଲ୍ଲାପାଳ ୧୫ ଦିନର ସମୟ ନେଇଥିଲେ କିନ୍ତୁ କୌଣସି ପଦକ୍ଷେପ ଶ୍ରୀ କର ଙ୍କ ବିରୁଦ୍ଧରେ ନେଇ ନ ଥିଲେ ।
ଦୀର୍ଘ ଏକବର୍ଷ ପରେ କାଲିମେଳା ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ କର କାଲିମେଳା ପଞ୍ଚାୟତ ସମିତି ସଭା କକ୍ଷ ରେ ଗତ ଏପ୍ରିଲ ମାସ ୨୩ ତାରିଖ ଏକ ସମିତି ବୈଠକ ଡକାଇ ଥିଲେ ଯେଉଁ ବୈଠକ ରେ କାଲିମେଳା ବ୍ଲକ ର ବ୍ଲକ ଅଧ୍ୟକ୍ଷା ସମେତ କାଲିମେଳା ବ୍ଲକ ଅଧୀନ ୨୩ ଗୋଟି ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା ମାନେ ଆସି ସଭାଗୃହ ରେ ଉପସ୍ଥିତ ହୋଇଥିଲେ କିନ୍ତୁ ସମିତି ବୈଠକ ଆରମ୍ଭ କରିବାକୁ ଯେତେବେଳେ କାଲିମେଳା ଗୋଷ୍ଟି ଉନ୍ନୟନ ଅଧିକାରୀ ଯାଉଥିଲେ ସେହି ସମୟରେ ଗୋଷ୍ଟି ଉନ୍ନୟନ ଅଧିକାରୀ ବୈଠକ ଆରମ୍ଭ କରିବା ପାଇଁ ଆଲୋଚନା କରିବା ମାତ୍ରକେ ସମସ୍ତେ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ଉପରେ ତାଙ୍କ ମନମୁଖୀ କାର୍ଯ୍ୟକଳାପ ନେଇ ପାଟିତୁଣ୍ଡ କରିବା ସହିତ ଦୀର୍ଘ ଏକ ବର୍ଷ କାଳ ଭିତରେ କାହିଁକି ବୈଠକ କରି ନାହାନ୍ତି ବୋଲି ପଚାରିବା ସହିତ ବୈଠକ ବର୍ଜନ କରି ସଭା ଗୃହ ରୁ ପଦା କୁ ବାହାରି ପଳେଇ ଆସିଥିଲେ । ଏବଂ ପ୍ରତି ଦି ମାସ ରେ ଜେଇ ମାନଙ୍କୁ ବଦଳି ମନଇଛା କରିବ୍ବା ଏବଂ କୌଣସି ଉନ୍ନତିମୂଳକ କାମ ଗୁଡିକୁ ଠିକରେ ନ କରାଉ ଥିବା ଭଳି ସଂଗୀନ ଅଭିଯୋଗ କରିଥିଲେ ଏବଂ ଜନ ପ୍ରତିନିଧି ମାନଙ୍କୁ କିଛି ନ ଜଣାଇ ମନ ଇଛା କାମ ନିଜ ମନମର୍ଜୀ ରେ କରୁଥିବା ଅଭିଯୋଗ ଆଣିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କର ଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି କରିଥିଲେ ଯଦି ଗୋଷ୍ଟି ଉନୟନ ଅଧିକାରୀ ଙ୍କ ବଦଳି ନ ହୁଏ ତାହାଲେ କାଲିମେଳା ବ୍ଲକ ରେ ଆଗାମୀ ମେ ମାସ ୯ ତାରିଖ ରେ କାଲିମେଳା ସଦର ର ସମସ୍ତ ଦୋକାନ ବଜାର ୧୨ ଘଣ୍ଠିଆ ପାଇଁ ବନ୍ଦ ଡାକରା ଦିଆଯିବ ସହିତ କାଲିମେଳା ପଞ୍ଚାୟତ ସମିତି କାର୍ଯ୍ୟାଳୟ ତାଲା ପକେଇବେ ବୋଲି ସମିତି ବୈଠକ ବର୍ଜନ କରିବା ଦିନ ଗଣମାଧ୍ୟମ ସମ୍ମୁଖ ରେ ପ୍ରକାଶ କରିଥିଲେ ! ଏବଂ ଆଜି ବନ୍ଦ ଡାକରା ଦେବା ସହିତ କାଲିମେଳା ବ୍ଲକ କାର୍ଯ୍ୟାଳୟ ରେ ତାଲା ମାରିବା ସହିତ ବ୍ଲକ କାର୍ଯ୍ୟାଳୟ ରେ ଅଣ୍ଡା ମାଡ଼ କରିଛନ୍ତି ଏବଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେବା ପରେ ସେଠୁ ବାହାରି କାଲିମେଳା ଥାନା ରେ ଯାଇ ବଡ଼ିଗେଟା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଲିଲି ସୋଡ଼ି ନାମକ ଆଦିବାସୀ ଝିଅ କୁ ଅଫିସ ଭିତରେ ହାତ ଧରି ଦୁର୍ବ୍ୟବହାର କରିଥିବା ବିଷୟରେ ଲିଖିତ ଅଭିଯୋଗ କରିଛନ୍ତି ଓ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ