କାଲି ଖୋଲିବ ପାଟକୁରା ଇଭିଏମ
(ଯୁଗାବ୍ଦ ନ୍ୟୁଜ) ରାତିପାହିଲେ ବାହାରିବ ପାଟକୁରା ନିର୍ବାଚନ ର ଫଳ । କିନ୍ତୁ ଏହା ପୂର୍ବରୁ ଦେଖିବାକୁ ମିଳିଛି ରାଜନୈତିକ ବୟାନ ବାଜି । ଏବଂ ସବୁ ପ୍ରାର୍ଥୀ ଙ୍କ ମନରେ ସସପେନ୍ସ କିଏ ଜିତିବ ପାଟକୁରାର ମହାସମୋରହମ । ୩ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ବଢିଯାଇଛି ଉଷ୍ମତା । ଚଳିତ ସାଧାରଣ ନିର୍ବାଚନରେ ବିଜେଡି ବାଜିମାତ କରିଥିବା ବେଳେ ପୁଣିଥରେ ପାଟକୁରା ବିଧାନସଭା କ୍ଷେତ୍ରକୁ କବଜା କରିବା ଲକ୍ଷ ରେ ଅନ୍ୟପଟେ ବଜେପି ପ୍ରାର୍ଥୀ ଭେଟରାନ ବିଜୟ ମହାପାତ୍ର ବିଜୟ ହାସଲ କରିବେ ବୋଲି ସମର୍ଥକ ଙ୍କ ମାହୋଲ ରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ପାଟକୁରା ରୁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଙ୍କୁ ପାଟକୁରାବାସୀ ଜିତେଇ ଆଣିବେ ବୋଲି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଆଶା ପ୍ରକଟ କରିଚନ୍ତି ।