କାଲି ମାଟ୍ରିକ ପରୀକ୍ଷା ଖାତା ଦେଖା

ଭୁବନେଶ୍ବର : କାଲିଠାରୁ ମାଟ୍ରିକ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା ଖାତା ଦେଖା। ତେବେ ପୂର୍ବ ନିର୍ଦ୍ଧାରିତ ନିୟମକୁ ବଦଳାଯାଇଥିବାର ସୂଚନା ରହିଛି। ପ୍ରତିଦିନ ତିନି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ ବ୍ୟବସ୍ଥା ବାତିଲ୍‌ କରାଯାଇଛି । କାଲିଠାରୁ ସକାଳ ୧୦ରୁ ଦିନ ୩ଟା ମଧ୍ୟରେ ଖାତା ମୂଲ୍ୟାୟନ କରାଯିବ । ସାମାଜିକ ଦୂରତ୍ବ ବଜାୟ ପାଇଁ କମ୍‌ ପରୀକ୍ଷକ ଖାତା ଦେଖିବେ ବୋଲି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା । ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। ହେଲେ କୋରୋନା ଯୋଗୁଁ ଲକଡାଉନ ହେବାରୁ ଏହା ସ୍ଥଗିତ ରହିଛି। ଏହାପରେ ମେ ୨୦ରେ ଖାତା ଦେଖା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଅମ୍ପାନ ବାତ୍ୟା ପାଇଁ ଏହା ମେ ୨୧କୁ ପରିବର୍ତ୍ତନ କରାଯାଇଥିଲା। ତେବେ କିଛି ଅଞ୍ଚଳ ବାତ୍ୟା ପ୍ରଭାବିତ ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଶେଷରେ ମେ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖାତାଦେଖା ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ